ପୁରୀ: ମହାପ୍ରସାଦକୁ ନେଇ ବର୍ତମାନ କୌଣସି କଟକଣା ଲଗାଯାଇନାହିଁ । ଏନେଇ ସୂଚନା ଦେଇଛନ୍ତି ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ । କୋଭିଡ କଟକଣା ଯୋଗୁଁ ଗତ ମାର୍ଚ୍ଚ ୨୦ ତାରିଖରୁ ଶ୍ରୀମନ୍ଦିର ମଧ୍ୟକୁ ସାଧାରଣ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗିଛି, ତେବେ ସେବେଠାରୁ ଆଜି ପର୍ଯ୍ୟନ୍ତ ମହାପ୍ରସାଦ ପାଇବାରେ କୌଣସି ବି ଭକ୍ତ ବଞ୍ଚିତ ହୋଇନାହାନ୍ତି । କରୋନା କଟକଣା ଯୋଗୁଁ କିଛିମାସ ଧରି ଜିଲ୍ଲା ମଧ୍ୟକୁ ସାଧାରଣ ଭକ୍ତଙ୍କ ପ୍ରବେଶ ପାଇଁ ଅନୁମତି ନଥିଲା । ହେଲେ ଏବେ ଅନ୍ୟରାଜ୍ୟର ପର୍ଯ୍ୟଟକ ତଥା ଭକ୍ତଙ୍କୁ ପୁରୀକୁ ପ୍ରବେଶ ଅନୁମତି ମିଳିଛି । ଶ୍ରୀମନ୍ଦିର ମଧ୍ୟକୁ ସାଧରଣ ଲୋକଙ୍କ ଅନୁମତି ନଥିବା ବେଳେ ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣ ଦ୍ୱାରରେ ଦୁଇଟି ଅସ୍ଥାୟୀ ଟେଣ୍ଟ କରାଯାଇ ସେଠାରେ ମହାପ୍ରସାଦ ଯୋଗାଇ ଦେବାକୁ ନିଷ୍ପତି ହୋଇଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0