ପୋର୍ଟ ବ୍ଲେୟାର୍: କରୋନା କବଳରେ ସମଗ୍ର ଦେଶ । ଏବେ ଦେଶର ଆଦିମ ଜନଜାତି ମଧ୍ୟ କରୋନା କବଳରେ ପଡ଼ିଲେଣି । ସେହି ବିରଳ ଜନଜାତିର ମାତ୍ର ୫୦ ଲୋକ ଆଣ୍ଡାମାନରେ ବସବାସ କରୁଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ପ୍ରାୟ ୧୦ ଜଣ କରୋନା ଆକ୍ରାନ୍ତ ହେଲେଣି । ଏମାନଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଭିତରୁ ୬ ଜଣ ସୁସ୍ଥ ହୋଇଥିଲେ ହେଁ ସେମାନଙ୍କୁ ସଙ୍ଗରୋଧରେ ରଖାହୋଇଛି । ସୂଚନା ଯୋଗ୍ୟ ଯେ ଇଂରେଜ ଶାସନ ସମୟରେ ଉନବିଂଶ ଶତାବ୍ଦୀ ବେଳକୁ ଏହି ଜନଜାତି ଗୋଷ୍ଠୀଙ୍କ ସଂଖ୍ୟା ପ୍ରାୟ ୫୦୦୦ ଥିଲା । କିନ୍ତୁ ବର୍ତ୍ତମାନ ଏମାନଙ୍କ ସଂଖ୍ୟା କମି ୫୦ ଭିତରେ ସୀମିତ ଅଛି । ଏଯାବତ୍ ଆଣ୍ଡାମାନ ନିକୋବରର ମୋଟ ୪ ଲକ୍ଷ ଜନସଂଖ୍ୟା ମଧ୍ୟରୁ ୨୨୬୮ ଜଣ କରୋନା ସଂକ୍ରମିତ ହୋଇଛନ୍ତି ଓ ୩୭ ଜଣଙ୍କର ମୃତ୍ୟୁ ହୋଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0