ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ୧୬୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୯୮ଜଣ କ୍ୱାରାଣ୍ଟାିଇନ ରେ ଥିବାବେଳେ ୬୮ ଲୋକାଲ କେସ ଅଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।
ବିଏମସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସାଲିଆ ସାହିରୁ ୧୦ଜଣ ପୁରୁଷ ଓ ୭ଜଣ ମହିଳା କରୋନା ଆକ୍ରାନ୍ତ ହୋଇଛନ୍ତି । ସେହିପରି ଗୋଟିଏ କ୍ୱରାଣ୍ଟାଇନ ସେଣ୍ଟରୁ ୧୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାଛଡା ଯୁନିଟ -୯ରୁ ୫, ଆଇଆରସି ଭିଲେଜରୁ ୪, ଶୈଳେଶ୍ରୀ ବିହାର,ଗଙ୍ଗନଗର ଓ ରିଜର୍ଭ ପୁଲିସ କଲୋନୀରୁ ୩ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Update on newly detected & cured #COVID19 cases in the last 24 hrs under the BMC area on 9th Aug 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/dZcNGzxals— BMC (@bmcbbsr) August 9, 2020
ସେହି ପରି ଗତ ୨୪ ଘଣ୍ଟାରେ ଭୁବନେଶ୍ଵରରୁ ଆଉ ୧୧୩ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ମୋଟ୍ ଆରୋଗ୍ୟକାରୀଙ୍କ ୨,୪୭୩ରେ ପହଞ୍ଚିଛି। ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୯୨୯ ରହିଥିବା ବେଳେ ଅଦ୍ୟାବଧି ରାଜଧାନୀରେ କରୋନାରେ ୧୯ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ଆକ୍ଟିଭ୍ କେସ୍ ସଂଖ୍ୟା ୧୪୩୫ ରହିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜଧାନୀରେ ସପ୍ତାହର ପ୍ରତି ଶନିବାର ଓ ରବିବାର ସଟ୍ଡାଉନ୍ ଘୋଷଣା ହୋଇଛି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0