ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କେରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ବର୍ତ୍ତମାନ କରୋନାକୁ ନେଇ ମିଳିଛି ଏକ ଆସ୍ୱସ୍ଥିକର ଖବର । ଚଳିତ ବର୍ଷ ଦୀପାବଳି ସୁଦ୍ଧା ମହାମାରୀ କରୋନା ନିୟନ୍ତ୍ରଣାଧିନ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ ମନ୍ତ୍ରୀ ଡ଼ଃ ହର୍ଷବର୍ଦ୍ଧନ ଦାବି କରିଛନ୍ତି । ଅନନ୍ତକୁମାର ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ‘ନେଶନ ଫାଷ୍ଟ’ ୱେବମିନାର ର ଉଦଘାଟନ କରି ସେ ଏ କଥା କହିଛନ୍ତି । ହର୍ଷବର୍ଦ୍ଧନଙ୍କ କହିବା ଅନୁଯାୟୀ, କରୋନା ମୁକାବିଲାରେ ଦେଶ ବହୁତ ଆଗରେ ଅଛି । ଏଥିସହିତ ଏହା ମଧ୍ୟ କହିଛନ୍ତି ନେତା ଓ ସାଧାରଣ ଜନତା ମିଳିତ ଭାବରେ ଏହି କରୋନା ମହାମାରୀ ସହ ଲଢେଇ କରିଛନ୍ତି ଏବଂ ଭାରତରେ କୋଭିଡ଼-୧୯ ମାମଲା ଚିହ୍ନଟ ହେବା ବହୁତ ପୂର୍ବରୁ ସ୍ୱାସ୍ଥ୍ୟ ଅଧିକାରୀ ମାନେ ଏ ସଂକ୍ରାନ୍ତିୟ ବୈଠକ କରିସାରିଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ନେଇ ଏକ ସମିତି ଗଠନ କରିଛନ୍ତି, ଯେଉଁ ସମିିତିକୁ ପରିଚାଳନା କରୁଛନ୍ତି ଡ଼ଃ ହର୍ଷବର୍ଦ୍ଧନ । ବର୍ତ୍ତମାନ ସୁଦ୍ଧା ଏହି ସମିତି ର ବୈଠକ ୨୨ ଥର ବସିଛି ଏବଂ ଦେଶରେ ପ୍ରତିଦିନ ୧୦ ଲକ୍ଷରୁ ଅଧିକ ଟେଷ୍ଟ କରାଯାଉଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ଫେବୃଆରୀରେ ଦେଶରେ କେବଳ ଗୋଟିଏ ଲ୍ୟାବ୍ ଥିଲା । ମାତ୍ର ଏବେ ୧୫୮୩ ଟି ଲ୍ୟାବ୍ ତିଆରି ହୋଇଛି । ୧୦୦୦ରୁ ଅଧିକ ସରକାରୀ ଲ୍ୟାବ୍ ଅଛି । ଦେଶରେ ପ୍ରତିଦିନ ୧୦ ଲକ୍ଷ ଟେଷ୍ଟ କରାଯାଉଛି । ଦେଶରେ ଏନ ୯୫ ମାସ୍କ ଓ ଭେଣ୍ଟିଲେଟରର ଅଭାବ ନାହିଁ । ପ୍ରତିଦିନ ୫ ଲକ୍ଷ ପିପିଇକିଟ୍ ତିଆରି କରାଯାଉଛି । ୨୫ ଟି କମ୍ପାନୀ ଭେଣ୍ଟିଲେଟର ପ୍ରସ୍ତୁତ କରୁଛନ୍ତି । ଭାକସିନର ଟ୍ରାଏଲ୍ ମଧ୍ୟ ଚାଲିଛି । ଚଳିତ ବର୍ଷ ଶେଷସୁଦ୍ଧା ଭାକସିନ୍ ଆସିବାର ସମ୍ଭାବନା ରହିଛି । ଦେଶରେ ବର୍ତ୍ତମାନ ୧୭୦ଟି ଭାକସିନ୍ ଉପରେ କାମ ଚାଲୁଛି । ଅତି କମରେ ୩୦ଟି ଭ୍ୟାକସିନର ହ୍ୟୁମାନ୍ ଟ୍ରାଏଲ ଶେଷ ପର୍ଯ୍ୟାୟରେ ପହଁଚିଛି । ଯେଉଁଥିରେ ଭାରତର କୋବାକ୍ସିନ୍ ଓ ଅକ୍ସଫୋର୍ଡର କୋଭିସିଲ୍ଡ ସାମିଲ ଅଛି ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0