କଟକ: ସହରର ପୁରାତନ ବାଲୁ ବଜାର ପୂଜା କମିଟି ପକ୍ଷରୁ ସଭାପତି ତଥା ଆଇନଜୀବୀ ସୂର୍ୟ୍ୟକାନ୍ତ ସାଙ୍ଗନେରିଆ ଓ ସଂପାଦକ ରାଜେନ୍ଦ୍ର ସାମଲ ଓ ରମେଶ ଚନ୍ଦ୍ର ବେହେରା ଦାୟର କରିଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କୋଭିଡ଼ ଗାଇଡ଼ଲାଇନ ଅନୁସରଣ କରି ଦୁର୍ଗାପୂଜା ପାଳନକୁ ଅନୁମତି ଦେଇଛନ୍ତି । ଗତ ୨୪ ତାରିଖ ଦିନ ବାଲୁ ବଜାର ପୂଜା କମିଟି ପକ୍ଷରୁ ଆବେଦନରେ ଦର୍ଶାଯାଇଥିଲା କି ଦୀର୍ଘ ୫୦୦ବର୍ଷରୁ ଅଧିକ ସମୟ ଧରି ବାଲୁବଜାରରେ ଦୁର୍ଗାପୂଜା ପରମ୍ପରା ବଜାୟ ରଖି ପୂଜା ଆୟୋଜନ କରାଯାଉଛି। ଅତୀତରେ ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟା ଦେଖା ଦେଇଥିବା ବେଳେ ଏହି ପରମ୍ପରା କେବେ ଭାଙ୍ଗି ନାହିଁ ତେଣୁ ଚଳିତ ବର୍ଷ କୋଭିଡ-୧୯ କଟକଣା ମଧ୍ୟରେ ବାଲୁବଜାର ମଣ୍ଡପରେ ଦୁର୍ଗାପୂଜା ଆୟୋଜନ ପାଇଁ ଅନୁମତି ଦିଆଯାଉ। ସେମାବାର ଏହି ଆବେଦନର ଶୁଣାଣି କରି ହାଇକୋର୍ଟ କୋଭିଡ୍ ଗାଇଡଲାଇନ୍ ପାଳନ କରି ସାମାଜିକ ଦୂରତା ଅବଲମ୍ବନ କରି ଭିଡ ନଜମାଇ ଓ ମାସ୍କ ପିନ୍ଧି ପୂଜା ପାଳନ କରାଯାଇପାରେ ବୋଲି ନିର୍ଦ୍ଦେଶ ଦେଇଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0