spot_img

କୋଲାବ ଡ୍ୟାମର ମୁଖ୍ୟ କେନାଲ ବନ୍ଧର ହୋଇପାରୁନି ମରାମତି

ଜୟପୁର ଜୟପୁରରେ କୋଲାବ ଡ୍ୟାମର ମୁଖ୍ୟ କେନାଲ ଭାଙ୍ଗି ଦ୍ରୁତ ଗତିରେ କେନାଲ ପାଣି ମାଡ଼ିବାରୁ ଏକର ଏକର ଚାଷ ଜମିରେ ପାଣି ଜମିଛି । ୯ ମିଟରର ଘାଇ ସୃଷ୍ଟି ହୋଇଛି । ହେଲେ ଅଳ୍ପକେ ବର୍ତ୍ତି ଯାଇଛି ଘରଦ୍ୱାର । ଏନେଇ କୋଲାବର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ରିପୋର୍ଟ ତଲବ କରିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । ଅନ୍ୟପଟେ ଚାଷୀ ଅନେକ କ୍ଷତି ସହିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ପାଣି ପ୍ରବାହକୁ ନିୟନ୍ତ୍ରଣ କରାଯାଇପାରୁନାହିଁ ।  ପାଣିର ସ୍ରୋତକୁ ଅଟକା ଗଲେ ବନ୍ଧ ମରାମତି ସହଜ  ଏବଂ ଶିଘ୍ର ହୋଇପରିବା ବୋଲି ପ୍ରଶାସନିକ ଅଧିକାରୀ କହିଛନ୍ତି । କିନ୍ତୁ ପାଣିକୁ ଏଯାବତ ଅଟକାଯାଇପରିନାହିଁ ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular