spot_img

ବେଗୁନିଆରେ ହାତୀ ଉପଦ୍ରବ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଦେଉଳି ଗ୍ରାମପଞ୍ଚାୟତର ଗୋଡା ଗ୍ରାମରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ୨-୩ ଟି ହାତୀ ଗ୍ରାମରେ ପଶି ବହୁ କ୍ଷୟକ୍ଷତି କରିଛନ୍ତି । ହାତୀପଲ ଗ୍ରାମରେ ଥିବା ଲକ୍ଷ୍ମୀ ସୁନ୍ଦରାୟ , ଭରତ ଚମ୍ପତିଙ୍କ ବାଡିରେ କରିଥିବା କଦଳୀ ବାଗନା ଦଳି ଚକଟି ନଷ୍ଟ କରିଛନ୍ତି । ଏହାସହ ଉତ୍ୟକ୍ତ ହୋଇ ସନ୍ତ ସାମନ୍ତରାୟଙ୍କର ପାଚେରୀ ଭାଙ୍ଗି ଦେଇଛନ୍ତି । ଏହା ଦେଖି ଗ୍ରାମବାସୀ ମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଗ୍ରାମବାସୀ ମାନେ ବନ ବିଭାଗକୁ ଫୋନ କଳେ ମଧ୍ୟ ବନ ବିଭାଗ କୌଣଶି ଦୃଷ୍ଟି ନିକ୍ଷେପ କରୁନାହାନ୍ତି । ଫଳରେ ହାତୀମାନଙ୍କ ଉପଦ୍ରବରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular