ଟିକା ନେବା ପରେ ଶରୀରରେ ଆଠ ମାସ ରହିବ କୋଭିଡ଼ ଆଣ୍ଟିବଡ଼ି । ଏନେଇ ଏମ୍ସ ନିଦେ୍ର୍ଦଶକ ରଣଦୀପ ଗୁଲେରିଆ ସ୍ପଷ୍ଟ କରିଛନ୍ତି । ବୈଜ୍ଞାନିକମାନେ ଭାକ୍ସିନର ଦୀର୍ଘମିଆଦୀ ସୁରକ୍ଷା ଉପରେ ଅନୁଧ୍ୟାନ କରୁଛନ୍ତି । ପୂର୍ବରୁ ରଣଦୀପ ଗୁଲେରିଆ ମଧ୍ୟ ଟିକା ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି । ଟିକାର ଦ୍ୱିତୀୟ ଡ଼ୋଜ ନେବାର ୧୪ ଦିନ ପରେ ଶରୀରରେ ଆଣ୍ଟିବଡ଼ି ବିକଶିତ ହୋଇଥାଏ । କରୋନା ଭୁତାଣୁ ବିରୋଧରେ ଏହି ସୁରକ୍ଷା କେତେଦିନ ରହିବ ତାହା ସ୍ପଷ୍ଟ ହୋଇନଥିଲେବି ୮ମାସ କିମ୍ବା ତାହାଠାରୁ ଅଧିକ ରହିବ ବୋଲି ବିଶ୍ୱାସ କରାଯାଉଛି । ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିବା ଟିକାକରଣରେ ବର୍ତ୍ତମାନ ସୁଦ୍ଧା ୭୫ ଲକ୍ଷରୁ ଉଦ୍ଧ୍ୱର୍ ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ଼ ଯୋଦ୍ଧାମାନେ ଟିକା ନେଇସାରିଲେଣି । ମାର୍ଚ୍ଚରୁ ୫୦ ବର୍ଷରୁ ଉଦ୍ଧ୍ୱର୍ ଲୋକମାନଙ୍କ ପାଇଁ ଟିକାକରଣ ଆରମ୍ଭ ହେବ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0