୫ ରାଜ୍ୟକୁ ୩ ହଜାର ୧୧୩ କୋଟିର ବିପର୍ଯ୍ୟୟ ସହାୟତ । ଗତବର୍ଷ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟ ଓ ଚାଷ ଜମିରେ ହୋଇଥିବା କୀଟ ଆକ୍ରମଣ ନେଇ ଏହି ସହାୟତା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସ୍ୱରାଷ୍ଟ ମନ୍ତ୍ରୀ ଅମିତ ଶାହା ଶନିବାର ଏହାକୁ ମଞ୍ଜୁର କରିଛନ୍ତି । ଜାତୀୟ ପ୍ରାକୃତିକ ବିର୍ପ୍ୟୟ ପରିଚାଳନା ପାଣ୍ଠିରୁ ଆନ୍ଧ୍ରପ୍ରଦେଶ,ବିହାର,ତାମିଲନାଡ଼ୁ, ପଡ଼ୁଚେରୀ ଏବଂ ମଧ୍ୟପ୍ରଦେଶକୁ ଏହି ସହାୟତା ଯୋଗାଇ ଦିଆଯିବ । ନିଭାର ଏବଂ ବୁରେଭି ବାତ୍ୟା ଯୋଗୁ ଏସବୁ ରାଜ୍ୟରେ ବହୁ କ୍ଷୟକ୍ଷତି ଘଟିଥିଲା । ଖରିଫ ଋୁରୁରେ ମଧ୍ୟପ୍ରଦେଶରେ ଘଟିଥିବା କୀଟ ଆକ୍ରମଣ ଯୋଗୁ ଚାଷଜମିରେ ଫସଲ ଉଜୁଡ଼ି ଯାଇଥିଲା । ଏନେଇ ରାଜ୍ୟକୁ ୧ହଜାର ୨୮୦ କୋଟି ଟଙ୍କାର ସହାୟତା ପ୍ରଦାନ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0