ଖୋର୍ଦ୍ଧା : ପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନ ଦିବସ ପାଳିତ ହୋଇଯାଇଛି । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ରଘୁନାଥ ଦେବ କ୍ଲବ ଆନୁକୁଲ୍ୟରେ ଏକ ପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଦିବସ ପାଳିତ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟଟି ଚଳିତ ମାସ ୨୩ ରୁ ଆରମ୍ଭ ହୋଇ ୩୦ ତାରିଖ ଯାଏଁ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ପଞ୍ଚାୟତର ୮ଟି ଦଳ ଅଂଶ ଗ୍ରହଣ କରିଥିଲେ । ପ୍ରଥମେ ବଡ଼କୁଳ ଦଳ ଟସ ଜିତି ବ୍ୟାଟିଂ କରିଥିଲେ । ବଡ଼କୁଳ ଦଳ ୧୫ ଓଭରରେ ୧୫୦ ରନ କରିଥିବା ବେଳେ ଡ଼ୁଙ୍ଗମାଳ ଦଳ ୯୫ ରନ କରି ରନର୍ସ ଘୋଷିତ ହୋଇଥିଲେ । ଫଳରେ ବଡ଼କୁଳ ଦଳ ୫୫ ରନରେ ବିଜେତା ହୋଇଥିଲେ । ଏଥିରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଜଳନ୍ଧର ସ୍ୱାଇଁ ଯୋଗ ଦେଇ ବିଜେତାଙ୍କୁ ଟ୍ରଫି ସହିତ ୬୫୦୦ ଅର୍ଥ ରାଶି ଏବଂ ରନର୍ସଙ୍କୁ ଟ୍ରଫି ସହ ୪୫୦୦ ଅର୍ଥ ରାଶି ପ୍ରଦାନ କରିଥିଲେ । ସଭାରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତଙ୍କ ସହ କ୍ଲବର ସମସ୍ତ ସଦସ୍ୟ ଯୋଗଦାନ କରିଥିଲେ ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0