କରଞ୍ଜିଆ: ଜୁଇ ନିଆଁରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ। ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ। ଅଜଣା ଫୋନ କଲ ପାଇବା ପରେ ଗତ ୨୮ତାରିଖରେ ରରୁଆଁ ଥାନା ଖୋପରାସାହି ଗାଁରେ ଜୁଇ ନିଆଁରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଥିଲା ପୋଲିସ। ସୂଚନା ମୁତାବକ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁ ଛକରେ ସଙ୍ଘବଦ୍ଧ ଭାବେ ଲେଙ୍ଗା ହତ୍ୟା କରିଥିଲେ। ପ୍ରମାଣ ନଷ୍ଟ କରିବା ଲାଗି ତରବରିଆ ଭାବେ ମୃତଦେହକୁ ପୋଡ଼ି ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦରପୋଡା ମୃତଦେହ ଉଦ୍ଧାର କରିଥିଲା। ଏହି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0