spot_img

ଭିତରକନିକାରେ ସରିଲା କୁମ୍ଭୀର ଗଣନା

ଭିତରକନିକା : ଶେଷ ହୋଇଛି ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନର କୁମ୍ଭୀର ଗଣନା । ଗତ ୧୫ ତାରିଖରୁ କୁମ୍ଭୀର ଗଣନା ପାଇଁ ଏହି ଜାତୀୟ ଉଦ୍ୟାନ ବନ୍ଦ ରହିଥିଲା । କୁମ୍ଭୀର ବିଶାରଦ ଡ଼ଃ ସୁଧାକର କର ଓ ରାଜନଗର ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାସଙ୍କ ନେତୃତ୍ବରେ ହୋଇଥିବା ଏହି ଗଣନା କାର୍ୟ୍ୟରେ ୨୨ଟି ଟିମ ଜାତୀୟଉଦ୍ୟାନରେ ଥିବା ବିଭିନ୍ନ ନଦୀ ଓ କ୍ରିକ ମଧ୍ୟରେ ଗଣନା କରିଥିଲେ । ଏହି ଗଣନା ରାଜନଗର, ମହାକାଳପଡ଼ା, ଗହୀରମଥା ଓ କନିକା ରେଞ୍ଜରେ ସମ୍ପାଦନ କରାଯାଇଥିବା ବେଳେ କୁମ୍ଭୀରଙ୍କ ସଂଖ୍ୟା ୧୭୬୮ ରହିଛି । ଯାହାକି ଗତବର୍ଷ ଗଣନା କରାଯାଇଥିବା ୧୭୫୭ରୁ ୧୧ଟି ଅଧିକ । ଏହି କୁମ୍ଭୀରମାନଙ୍କ ମଧ୍ୟରେ ଆଡ଼ଲ୍ଟ ୩୩୬, ସବ ଆଡଲଟ ୧୫୨, ଜୁଭେନାଇଲ ୩୨୦, ଇଅରଲିଙ୍ଗ ୩୬୭, ସବୁଠାରୁ ଛୋଟ ଅର୍ଥାତ ହାଚଲିଙ୍ଗ ସଂଖ୍ୟା ୫୯୩ ବୋଲି ସୂଚନା ଦେଇଛନ୍ତି ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାସ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular