ରାଜକନିକା: ମାନସିକ ବିକଳାଙ୍ଗ ମହିଳାଙ୍କୁ ନିର୍ମମ ମାଡ଼ । କୌଣସି କାରଣ ନଥାଇ ଗୋରୁ ଗାଇ ଭଳି ଜଣେ ମାନସିକ ବିକଳାଙ୍ଗ ଅଣଓଡ଼ିଆ ମହିଳାଙ୍କୁ ପିଟିଛନ୍ତି ଯୁବକ । ତାହା ପୁଣି ଦିବାଲୋକରେ ସମସ୍ତଙ୍କ ସମ୍ମୁଖରେ । ଘଟଣା ଘଟିଛି ରାଜକନିକା ବ୍ଲକ ଓଲାଭର ମାର୍କେଟରେ । ଯାହର ସିସିଟିଭି ଫୁଟେଜ ଜାରି ହୋଇଛି । ମାଡ଼ମାରୁଥିବା ଯୁବକ ଜଣକ ହେଲେ ଦେବେନ୍ଦ୍ର ପୃଷ୍ଟି । ଜଣେ ପାଗଳୀ ଦିର୍ଘଦିନ ଧରି ଓଲାଭର ବଜାରରେ ବୁଲନ୍ତି । କିଛି ସ୍ୱହୃଦୟ ବ୍ୟକ୍ତି ତାଙ୍କୁ ଖାଇବାକୁ ଦିଅନ୍ତି । ହେଲେ ଶନିବାର ସକାଳୁ ମହିଳାଙ୍କୁ ନିର୍ମମ ଭାବେ ଯୁବକ ଜଣକ ମାଡ଼ ମରୁଥିଲେ ମଧ୍ୟ କେହି ପ୍ରତିବାଦ କରିନଥିଲେ । ଖବର ମିଳିବା ପରେ ରାଜକନିକାର ଜଣେ ଗଣମାଧ୍ୟମ ପ୍ରତିନିଧି ଉକ୍ତ ଯୁବକଙ୍କ ବିରୁଦ୍ଧରେ ରାଜକନିକା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0