spot_img

ମା’ କୋଳରୁ ନିଖୋଜ ନବଜାତ ଶିଶୁ

ଅନୁଗୁଳ: ମା’ କୋଳରୁ ନିଖୋଜ ନବଜାତ ଶିଶୁ। ୧୨ ଦିନର ଶିଶୁକୁ ନ ପାଇ କାନ୍ଦି କାନ୍ଦି ଅଧୀର ହେଉଛନ୍ତି ମା’। ପୁଅକୁ ଅନେକ ଜାଗାରେ ଖୋଜିଲେଣି ବାପା-ମା’ । ଏହା ମଧ୍ୟରେ ଦୁଇ ଦିନ ବିତି ଗଲାଣି। କୁନି ପୁଅକୁ ପାଉ ନାହାନ୍ତି ବାପା-ମା’। ଘଟଣା ଘଟିଛି ଅନୁଗୋଳ ଜ଼ିଲ୍ଲା ପାଲଲହଡ଼ା ଥାନା ଅନ୍ତର୍ଗତ ରଂଜଣା ଗ୍ରାମରେ । ଗ୍ରାମର ସୁମି ମୁଣ୍ଡା ଓ ତାଙ୍କ ସ୍ୱାମୀ ଶୁଶୀଲ ମୁଣ୍ଡା ୧୩ତାରିଖ ରାତିରେ ଶୋଇଥିଲେ। ପାଖରେ ଶୋଇଥିଲା ୧୨ ଦିନର ଶିଶୁପୁତ୍ର। ରାତି ପ୍ରାୟ ୧୧ ଟା ଉଭୟ ରାତିରେ ଉଠି ଦେଖିଲେ ନବଜାତ ଶିଶୁପୁତ୍ର ନାହିଁ। ଛୁଆକୁ ନପାଇ ବହୁତ ଖୋଜାଖୋଜି କରି ନିରାଶ ହୋଇଥିଲେ। ଏ ନେଇ ନିଖୋଜ ନବଜାତକର ମା’ ସୁମୀ ମୁଣ୍ଡା ଗତକାଲି ପାଲଲହଡ଼ା ଥାନାରେ ଅଭିଯୋଗ କରିଛନ୍ତି । ଶିଶୁପୁତ୍ରକୁ ଉଦ୍ଧାର ପାଇଁ ଆକୁଳ ନିବେଦନ କରିଛନ୍ତି । ତାଙ୍କର ଦୁଇ ସମ୍ପର୍କୀୟ ମହିଳା ଛୁଆଟିକୁ ଅପହରଣ କରି ନେଇଥିବା ସନ୍ଦେହ କରି ସୁମୀ ଓ ତାଙ୍କ ସ୍ୱାମୀ ବହୁ ଖୋଜାଖୋଜି କରିଥିଲେ। ହେଲେ ହତାଶ ହୋଇ ଶେଷରେ ପୋଲିସର ସହାୟତା ନେଇଛନ୍ତି । ଅଭିଯୋଗ ପରେ ପାଲଲହଡା ପୋଲିସ ଘଟଣାର ତଦନ୍ତ କରିଛି । ଏହାସହ ବିଭିନ୍ନ ଜାଗାରେ ଚଢ଼ାଉ ଜାରି ରଖିଛି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular