spot_img

ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତ୍ରୀ କାଜଲ ଅଗ୍ରୱାଲ

ମୁମ୍ବାଇ : ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତ୍ରୀ କାଜଲ ଅଗ୍ରୱାଲ । ବ୍ୟବସାୟୀ ଗୌତମ କିଚଲୁଙ୍କୁ ନିଜ ଜୀବନ ସାଥି ଭାବେ ବାଛିଛନ୍ତି କାଜଲ । ମୁମ୍ବାଇ ସ୍ଥିତ ତାଜ ହୋଟେଲରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା ।

କରୋନା କଟକଣାରୁ ଉତ୍ସବରେ ପରିବାର ସଦସ୍ୟଙ୍କ ବ୍ୟତୀତ ମାତ୍ର କେତେ ଜଣ ନିକଟତର ବନ୍ଧୁବାନ୍ଧବ ସାମିଲ ହୋଇଥିଲେ ।
କାଜଲ୍ ଏବଂ ଗୌତମଙ୍କ ବରମାଳାର ଫଟୋ ସାମନାକୁ ଆସିଛି। ଉଭୟଙ୍କ ଏହି ଡ୍ରିମ୍ ଓ୍ବେଡିଂର ଦୀର୍ଘ ଦିନରୁ ଚର୍ଚ୍ଚା ହେଉଥିଲା। ଏବେ ଉଭୟେ ସେମାନଙ୍କ ନୂଆ ଯାତ୍ରା ଆରମ୍ଭ କରିଛନ୍ତି।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular