spot_img

ରାସ୍ତାକଡରୁ ମହିଳାଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର : କେନ୍ଦୁଝର ସହରର ବଡ଼ବିଲ ବସ୍‌ଷ୍ଟାଣ୍ଡ ନିକଟ ରାସ୍ତାକଡରେ ପଡିଛି ମୃତଦେହ । ବର୍ତ୍ତମାନ ସୁଦ୍ଧା ମହିଳାଙ୍କ ମୃତଦେହ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ ହୋଇଛି ।

ଖବର ଅନୁଯାୟୀ, ରାସ୍ତା କଡରେ ଜଣେ ମହିଳାଙ୍କ ମୃତଦେହ ପଡିଥିବାର ସ୍ଥାନୀୟ ଲୋକେ ଦେଖିଥିଲେ । ବଡବିଲ ବସ୍‌ଷ୍ଟାଣ୍ଡ ନିକଟରେ ରାସ୍ତା କଡରେ ଥିବା ନଟି ଓ ବୁଦା ଭିତରେ ଜଣେ ମହିଳାଙ୍କ ମୃତଦେହ ପଡିଥିଲା । ସ୍ଥାନୀୟଲୋକ ମୃତଦେହ ପଡିଥିବା ନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ । ଏହା ହତ୍ୟା କି ଆତ୍ମହତ୍ୟା ତାହା ତଦନ୍ତ ପରେ ସ୍ପଷ୍ଟ ହୋଇଯିବ ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular