ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଭାଇରସ ତାର କାୟା ବିସ୍ତାର କରିବାରେ ଲାଗିଛି । ଏହି ଭାଇରସ ସହ ଯୁଦ୍ଧ କରୁଥିବା କରୋନା ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇବା ପାଇଁ ଆଇପିଏଲର ଦିଲ୍ଲୀ କ୍ୟାପିଟାଲ ଟିମ ଏକ ଅଭିନବ ଉପାୟ ଆପଣାଇଛି । ଚଳିତ ବର୍ଷ ଆଇପିଏଲ ୨୦୨୦ରେ ଦିଲ୍ଲୀ କ୍ୟାପିଟାଲ ଟିମ ଯେଉଁ ଜର୍ସି ପିନ୍ଧିବ ସେଥିରେ ‘ଧନ୍ୟବାଦ କରୋନା ଯୋଦ୍ଧା’ ଲେଖାହେବ । ଯେଉଁମାନେ ମହାମାରୀ କରୋନା ସମୟରେ ନିଜ ଜିବନକୁ ବାଜି ଲଗାଇ କରୋନା ସହ ଲଢେଇ କରୁଛନ୍ତି, ସେମାନଙ୍କ ପାଇଁ ଏହି ଜର୍ସି ସମର୍ପିତ । ଆଇପିଏଲର ପୂର୍ବ ସନ୍ଧ୍ୟାରେ ଇଶାନ୍ତ ଶର୍ମା, ସ୍ପିନର ଅମିତ ମିଶ୍ରା ଓ ସହାୟକ କୋଚ ମହମ୍ମଦ କୈଫ ଭର୍ଚୁଆଲ ମିଟିଂରେ କିଛିି କରୋନା ଯୋଦ୍ଧାମାନଙ୍କ ବିଷୟରେ କହିଥିଲେ, ଯେଉଁଥିରେ ଡ଼ାକ୍ତର ଓ ପୋଲିସ ଅଧିକାରୀ ସାମିଲ ଥିଲେ ।

ଉଲ୍ଲେଖଯୋଗ୍ୟ, ଟିମ ପୁରା ମ୍ୟାଚରେ ଏହି ଜର୍ସି ପିନ୍ଧିବ । ଇଂଶାନ୍ତ ସଫେଇ କର୍ମଚାରୀ, ଡ଼ାକ୍ତର, ସୁରକ୍ଷାବଳ, ରକ୍ତଦାତା, ସମାଜସେବୀଙ୍କ ମାନବ ସେବା ପାଇଁ ତାଙ୍କୁ ସଲାମ ଜଣାଇଛନ୍ତି । ତାହା ସହିତ ଅମିତ ମିଶ୍ର କହିଛନ୍ତି, ଏମାନଙ୍କୁ ଧନ୍ୟବାଦ ଜଣାଇବା ପାଇଁ ସେମାନଙ୍କ ପାଖରେ ଶବ୍ଦ ନାହିଁ । ସେହିପରି ଆରସିବି ଟିମ ମଧ୍ୟ ତାର ଜର୍ସିକୁ କରୋନା ଯୋଦ୍ଧାଙ୍କୁ ସମର୍ପିତ କରିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0