spot_img

ମଙ୍ଗୋଲପୁର ରିଙ୍କୁ ଶର୍ମା ହତ୍ୟା ଘଟଣା , ଏବେ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର

ଦିଲ୍ଲୀ ମଙ୍ଗୋଲପୁର ରିଙ୍କୁ ଶର୍ମା ହତ୍ୟା ଘଟଣା । ଏହି ମାମଲା ଏବେ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି ।କ୍ରାଇମବ୍ରାଞ୍ଚ ଏହି ମାମଲାର ଚାର୍ଜସିଟ୍ ୩୦ ଦିନ ମଧ୍ୟରେ କୋର୍ଟରେ ଦାଖଲ କରିବା ବୋଲି ସୂଚନା ମିଳିଛି । ତୁରନ୍ତ ଏହି ମାମଲାର ପର୍ଦ୍ଦାଫାସ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ପୋଲିସ କମିଶନର । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାମଲାରେ ପୋଲିସ ୫ ଜଣଙ୍କୁ ଗିରଫ୍ କରିଛି । ଗିରଫ୍ ହୋଇଥିବା ୫ ଅଭିଯୁକ୍ତ ହେଲେ ଜାହିଦ୍, ଦାନିଶ, ତାଜୁଦ୍ଦିନ, ଓ ଇସ୍ଲାମ୍ । ରିଙ୍କୂଙ୍କ ପରିବାର ଲୋକେ କହିଛନ୍ତି କି ରିଙ୍କୁ ବଜରଙ୍ଗ ଦଳ ସହିତ ଜଡିତ ଥିଲା ଓ ଜୟ ଶ୍ରୀରାମ ନାରା ଲଗାଉଥିଲା । ଏହି କାରଣରୁ ତାଙ୍କୁ ହତ୍ୟା କରାଯାଇଛି ।ସେପଟେ ରିଙ୍କୁ ହତ୍ୟାକାଣ୍ଡକୁ ନେଇ ଦିଲ୍ଲୀ ପୋଲିସ ବି ବୟାନ ଜାରି କରିଛି । ଦିଲ୍ଲୀ ପୋଲିସର ପ୍ରବକ୍ତା ଚିନ୍ମୟ ବିଶ୍ୱାଳ କହିଛନ୍ତି କି ଫେବୃଆରୀ ୧୦ ତାରିଖ ଦିନ ସଂନ୍ଧ୍ୟା ବେଳେ ମଙ୍ଗୋଲପୁରୀ ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ କିଛି ଯୁବକ ଜନ୍ମଦିନ ପାର୍ଟି ପାଳନ କରିବାକୁ ଆସିଥିଲେ । ସେଠାରେ କିଛି କାରଣକୁ ନେଇ ରେଷ୍ଟୁରାଣ୍ଟ ମାଲିକ ସହିତ ଆସିଥିବା ଯୁବକ ମାନଙ୍କର ଝଗଡା ହୋଇଥିଲା । ଝଗଡା ପରେ ଯୁବକ ମାନେ ସେଠାରୁ ପଳାଇଥିଲେ । ତାହା ମଧ୍ୟରୁ କିଛି ଯୁବକ ହଠାତ୍ ଯାଇ ରିଙ୍କୁ ଶର୍ମାଙ୍କ ଘରେ ପହଂଚିଥିଲେ । ସେଠାରେ ସେମାନେ ରିଙ୍କୁ ସହିତ ଝଗଡା କରି ରିଙ୍କୁଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ରିଙ୍କୁର ମୃତ୍ୟୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular