ଖୁବଶୀଘ୍ର ହାତକୁ ଦି ହାତ ହେବେ ବଲିଉଡ ସୁନ୍ଦରୀ ଦିଆ ମିର୍ଜା। ସେ ବିଜନେସ ମ୍ୟାନ୍ ବୈଭବ ରେଖିଙ୍କୁ ବିବାହ କରିବେ। ଆସନ୍ତା ଫେବ୍ରୁଆରୀ ୧୫ ତାରିଖରେ ସାତ ଫେରା ନେବେ ବଲିଉଡର ଏହି ଜଣାଶୁଣା ଅଭିନେତ୍ରୀ। ବେଶ୍ ପ୍ରାଇଭେଟ ରୂପେ ଦିଆଙ୍କ ଏହି ବିବାହ ହେବ । ଏଥିରେ କେବଳ ତାଙ୍କର ନିକଟ ସମ୍ପର୍କୀୟମାନେ ହିଁ ଯୋଗ ଦେବେ।ତେବେ ଦିଆଙ୍କ ଏହା ପ୍ରଥମ ବିବାହ ନୁହେଁ। ଦିଆ ପୂର୍ବରୁ ସାହିଲ ସଙ୍ଘାଙ୍କ ସହ ବିବାହ କରିଥିଲେ। ୧୧ ବର୍ଷ ଏକାଠି ରହିବା ପରେ ୨୦୧୯ରେ ଦୁହେଁ ପରସ୍ପରଠାରୁ ଅଲଗା ହେବା ନେଇ ସୋଶାଲ ମିଡିଆ ଜରିଆରେ ଘୋଷଣା କରିଥିଲେ।



Visitors Today : 2
Total Visitors : 130435
Total Views : 9891966
Visitors Online Now : 0