ଯାଜପୁର: ଫାଷ୍ଟଟ୍ୟାଗ ଯୋଗୁଁ ଜଣେ ଗାଡି ମାଲିକ ନିଜର ଲୁଟ ହୋଇଥିବା ଟ୍ରକକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି । ଯାଜପୁର ଜିଲ୍ଳା ବାଲିଚନ୍ଦ୍ରପୁର ଥାନା ଚାରିନଙ୍ଗଳ ଅଞ୍ଚଳର ଏସ କେ ଅବଦୁଲ ଓହିଦଙ୍କର ଏକ ୧୪ ଚକିଆ ଟ୍ରକକୁ ଗତ ସେପ୍ଟେମ୍ବର ୧ ତାରିଖ ଦିନ ୧୬ ନମ୍ବର ଜାତୀୟ ରାଜପଥର ନେଉଳପୁର ନିକଟରୁ ଦୁର୍ବୁତ୍ତମାନେ ଲୁଟି ନେଇଥିବା ନେଇ ଧର୍ମଶାଳା ଥାନାରେ ଏତାଲା ଦାଏର କରିଥିଲେ ।
୨ତାରିଖ ଦିନ ଟ୍ରକଟି ପଶ୍ଚିମ ବଙ୍ଗ ମୁର୍ସିଦାବାଦ ଜିଲ୍ଳାର ଚନ୍ଦେରି ଟୋଲ ଗେଟ ଅତିକ୍ରମ କରିବା ପରେ ଗାଡି ମାଲିକଙ୍କ ମୋବାଇଲକୁ ମେସେଜ ଆସିବା ପରେ ସେ ଏହାର ପିଛାକରି ଏକ କବାଡିଆ ଗୋଦାମରୁ ଟ୍ରକଟିକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିବାକୁ ସକ୍ଷମ ହୋଇଥିଲେ । ତେବେ ଲୁଟ ହୋଇଥିବା ଟ୍ରକର ହେଲପର ଏହି ଲୁଟରେ ସାମିଲ ଥିବା ଜଣାପଡିଥିବା ବେଳେ ସେ ନିଜର ମୋବାଇଲ ସୁଇଚ ଅଫକରି ଫେରାର ହୋଇଯାଇଛି ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0