ପୁରୀ: ଡ଼େଲାଙ୍ଗ ମେଡ଼ିକାଲରେ ରାଜ୍ୟ ସ୍ତରୀୟ କାୟାକଳ୍ପ ଟିମର ପରିଦର୍ଶନ । କାୟାକଳ୍ପର ମାନଦଣ୍ଡ ଅନୁଯାୟୀ ରାଜ୍ୟସ୍ତରୀୟ ତିନି ଜଣିଆ ସଦସ୍ୟ ଡ଼ାକ୍ତରଖାନାର ସନ୍ଦର୍ଯ୍ୟକରଣ, ପରିଷ୍କାର ପରିଛନ୍ନତା, ଡ଼ାକ୍ତରଖାନାର କର୍ଯ୍ୟବସ୍ତୁ ଓ ଅନ୍ୟ ବିଭିନ୍ନ ବିଭାଗ ଓ ସହଯୋଗର ମାତ୍ରାକୁ ନିରୀକ୍ଷଣ କରିଥିଲେ । ଟିମରେ ରାଜ୍ୟ ମୁଖ୍ୟାଳୟରୁ ସ୍ୱାସ୍ଥ୍ୟ ଯୁଗ୍ମ ନିଦେ୍ର୍ଦଶକ ଡ଼ାକ୍ତର ଦୀପକ କୁମାର ବିଶୋଇଙ୍କର ନେତୃତ୍ୱରେ ତିନି ଜଣିଆ କାୟାକଳ୍ପ ଅନୁଧ୍ୟାନ କିମଟିର ଜାତୀୟ ସ୍ୱାସ୍ଥ୍ୟ ମିଶନର ଡ଼ାକ୍ତର ଜ୍ଞାନରଞ୍ଜନ ପ୍ରଧାନ ଓ ଭୁବନେଶ୍ୱର ଏମସ୍ ର ଡ଼ାକ୍ତର ବିଶ୍ୱରଞ୍ଜନ ପୁରୋହିତ ପ୍ରମୁଖ ଡ଼େଲାଙ୍ଗ ମେଡ଼ିକାଲକୁ ପରିଦର୍ଶନ କରିଥିଲେ । ଟିମ ମେଡିକାଲ ପରିଦର୍ଶନ କରିବା ସମୟରେ ଡେଲାଙ୍ଗ ମେଡିକାଲର ରୋଗୀ କଲ୍ୟାଣ ସମିତିର ଉପାଧ୍ୟାକ୍ଷ ପ୍ରସନ୍ନ ସାହୁ ,ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡାକ୍ତର ସନ୍ତୋଷ ତ୍ରିପାଠୀ ,ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଦିଲୀପ କୁମାର ପରିଡା ସହ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।



Visitors Today : 1
Total Visitors : 130427
Total Views : 9891958
Visitors Online Now : 0