ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ଶନିବାର ଦୀର୍ଘ ୧୬ ବର୍ଷର କ୍ରିକେଟ କ୍ୟାରିୟରକୁ ସେ ଅଲବିଦା କହିଛନ୍ତି । ମାହି ୨୦୧୪ ମସିହାରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ । ଭାରତର ୭୪ ତମ ସ୍ୱାଧୀନତା ଦିବସ ଅବସରରେ ଗତକାଲି ସଂଧ୍ୟା ୭ଟା ୨୯ ମିନିଟରେ ଇନଷ୍ଟାଗ୍ରାମରେ ଏନେଇ ଘୋଷଣା କରିଛନ୍ତି ମହେନ୍ଦ୍ର ସିଂହ ଧୋନୀ । ଅର୍ଥାତ୍ ଦିନିକିଆ ଓ ଟି-୨୦ ମ୍ୟାଚରେ ଆଉ ଧୋନୀଙ୍କୁ ଦେଖିବାକୁ ମିଳିବନି । ତେବେ ଆଇପିଏଲରେ ସେ ତାଙ୍କ ଖେଳ ଜାରି ରଖିବେ । ସୂଚନା ମୁତାବକ, ୨୦୧୯ ୱାଲ୍ଡକପ୍ ସେମିଫାଇନାଲରେ ଭାରତ ପରାଜିତ ହେବା ପରେ ଆଉ ଥରେ ଟିମ୍ ଇଣ୍ଡିଆର ପ୍ରତିନିଧିତ୍ୱ କରିନାହାନ୍ତି ଧୋନୀ । ଏହା ପରେ ଧୋନୀଙ୍କ ଅବସର ନେଇ ଜୋରଦାର ଚର୍ଚ୍ଚା ଚାଲିଥିଲା । ଗତକାଲି ଏନେଇ ସୋସିଆଲ ମିଡିଆରେ ଘୋଷଣା କରି ସବୁ ଚର୍ଚ୍ଚାର ଅନ୍ତ କରିଛନ୍ତି ମହେନ୍ଦ୍ର ସିଂହ ଧୋନୀ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0