spot_img

ଭୋଜି ଖାଇ ଅସୁସ୍ଥ ହେଲେ ୩୫ରୁ ଉର୍ଦ୍ଧ୍ୱ ଲୋକ

ନୀଳଗିରି: ଭୋଜି ଖାଇ ଗୋଟିଏ ଗାଁରୁ ୩୫ ରୁ ଉର୍ଦ୍ଧ୍ୱ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ପୀଡିତାଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ । ସୂଚନା ଅନୁଯାୟୀ, ନୀଳଗିରି ଥାନା ଅନ୍ତର୍ଗତ ବେଗୁନିଆଁ ପଞ୍ଚାୟତର ତୁଟପଡା ଗ୍ରାମର ସୁଦାମ ପ୍ରଧାନଙ୍କ ଘରକୁ ସେହି ଗାଁର କିଛି ଲୋକ ଗତ କାଲି ଭୋଜି ଖାଇବାକୁ ଯାଇଥିଲେ । ଭୋଜି ଖାଇସାରିବା ପରେ ଗାଁର ୨୫ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଥିଲେ । ପରେ ୧୦୮ ଆମ୍ବୁଲାନ୍ସ ଓ ଅଟୋ ଯୋଗେ ନୀଳଗିରି ଡାକ୍ତରଖାନାକୁ ଯାଇଥିଲେ । ସେଠାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular