ଭଞ୍ଜନଗର: ଚାଷ ଜମିରେ ପାଣି ମଡାଯିବାକୁ ନେଇ ଦୁଇ ଗାଁ ମଧ୍ୟରେ ଗୋଷ୍ଠି ସଂଘର୍ଷ । ଉଭୟ ଗାଁର ୧୫ରୁ ଉଦ୍ଧ୍ୱର୍ ଆହତ ହୋଇଥିବା ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ଚିଲିଖମା ଓ ଗୋଳବନ୍ଧ ଗାଁରେ ଘଟିଛି ଏହି ଘଟଣା । ଆହତମାନେ ମାଣିତରା ଓ ବୁଗୁଡା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଶୁକ୍ରବାର ଦିନ ଚାଷ ଜମିକୁ ପାଣି ମଡା ଘଟଣାକୁ ନେଇ ଚିଲିଖମା ଗାଁର ଲୋକେ ରାସ୍ତାରୋକ କରିଥିବା ବେଳେ ଗୋଳାବନ୍ଧ ଗାଁର ଲୋକେ ପ୍ରତିବାଦ କରିଥିଲେ । ବୁଗୁଡା ପୋଲିସ ପହଞ୍ଚି ଉଭୟ ପକ୍ଷରୁ ଆପୋଷ ବୁଝାମଣା କରିବାକୁ କହିଥିଲା । କିନ୍ତୁ ତା ପରେ ଉଭୟ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଫଳରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0