ଭବାନୀପୁରରେ ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦମଦାର ବିଜୟ । ବିପୁଳ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀଙ୍କ ଠାରୁ ବିଜୟୀ ହେଲେ ଦିଦି । ଦିଦି ମୋଟ ୮୪,୭୦୯ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେଓ୍ବାଲ ପାଇଛନ୍ତି ୨୬, ୩୨୦ ଭୋଟ । ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେଓ୍ବାଲଙ୍କ ଠାରୁ ୫୮ ହଜାର ୩୮୯ ଭୋଟରେ ଜିତିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଭୋଟ ଗଣତି ଆରମ୍ଭରୁ ହିଁ ଦିଦି ଆଗରେ ରହିଥିଲେ । ପ୍ରତି ରାଉଣ୍ଡରେ ମମତା ବାନାର୍ଜୀ ଲିଡ୍ କରୁଥିଲେ । କଡା ଟକ୍କର ହେବା ନେଇ ଶୁଣାଯାଉଥିଲେ ବି ଦିଦି କିନ୍ତୁ ଏକ ପାଖିଆ ଭାବେ ବିଜୟୀ ହୋଇଛନ୍ତି ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0