‘ଡିଜିଟାଲ ଇଣ୍ଡିଆ’ରେ ଯୋଡି ହେଲା ଆଣ୍ଡାମାନ ନିକୋବର ଦୀପପୁଞ୍ଜ । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଣ୍ଡାମାନ ନିକୋବର ପାଇଁ ସବମରୀନ ଆଫ୍ଟିକଲ ଫାଇବର କେବୁଲର ତୋଫା ଦେଇଛନ୍ତି । ଏହି ଯୋଜନା ମାଧ୍ୟମରେ ଆଣ୍ଡାମାନ ନିକୋବର ଦୀପପୂଞ୍ଜ ସହ ଯୋଗାଯୋଗ ମଜବୁତ ହେବ ବେଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି । ଏହି ଫାଇବର କେବୁଲ ଚେନ୍ନାଇରୁ ପୋର୍ଟ ବ୍ଲେୟାର ପର୍ଯ୍ୟନ୍ତ ସମୁଦ୍ର ଭିତରେ ବିଛାଯାଇଛି । ଯାହା ସହାୟତାରେ ଆଣ୍ଡାମାନରେ ଏବେ ଇଣ୍ଟରନେଟ ସେବା ଖୁବ୍ ଦ୍ରୁତ ହେବ । ପ୍ରାୟ ଦେଢ ବର୍ଷ ଭିତରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ସ୍ୱାଧିନତା ଦିବସ ପୂର୍ବରୁ ଏହା ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଉପହାର ହେବ । ଏନେଇ ପୂର୍ବରୁ ସମୁଦ୍ର ଭିତରେ ସର୍ଭେ କରାଯାଇଥିଲା । କାରଣ ସମୁଦ୍ର ଭିତରେ ଏହାକୁ ସ୍ଥାପିତ କରିବା ଏବଂ ଏହାର କ୍ୱାଲିଟ୍ ମେଣ୍ଟେନ କରିବା ଏତେ ସହଜ ନଥିଲା ।
Today, 10th August is a special day for my sisters and brothers of Andaman and Nicobar Islands. At 10:30 this morning, the submarine Optical Fibre Cable (OFC) connecting Chennai and Port Blair will be inaugurated.https://t.co/lJGVG3VAmJ
— Narendra Modi (@narendramodi) August 10, 2020
ଆଇଲାଣ୍ଡ ଡେଭଲପ୍ମେଣ୍ଟ କମିଟି ଗଠନ କରାଯାଇ ଏହି କାର୍ଯ୍ୟ କରାଯାଉଛି । ଏବଂ ଏହି ଯୋଜନା ମାଧ୍ୟମରେ ଦେଶର ପ୍ରତ୍ୟେକ ନାଗରୀକଙ୍କୁ ଦିଲ୍ଲୀ ଏବଂ ସମସ୍ତଙ୍କ ହୃଦୟ ସହିତ ଯୋଡିବାକୁ ପ୍ରୟାସ ଜାରି କରୁଛୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଇଣ୍ଟରନେଟ୍ ସେବା ମଜବୁତ ହେଲେ ସେଠାରେ ପର୍ଯ୍ୟଟକମାନଙ୍କର ଗମନାଗମନ ବଢିବ । ଫଳରେ ସ୍ଥାନରେ ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ଏହି ପ୍ରୋଜେକ୍ଟ ସହିତ ସେଠାରେ ସଡକପଥ ଓ ବାୟୁମାର୍ଗକୁ ମଜବୁତ କରାଯିବା କାମ ଚାଲିଛି । ଏବେ ଜାହଜ ରିପେୟାର କରିବା ପାଇଁ ମଧ୍ୟ ସୁବିଧା କରାଯିବ ବୋଲି ଟ୍ୱିଟ କରି କହିଛନ୍ତି ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ।
ଚେନ୍ନାଇ ଓ ପୋର୍ଟ ବ୍ଲେଆରକୁ ଯୋଡୁଛି ଏହି କେବୁଲ । ୧ହଜାର ୨୨୪ କୋଟି ଟଙ୍କା ବ୍ୟୟରେ ୨୩ ଶହ କିଲୋମିଟର ପର୍ଯ୍ୟନ୍ତ ଅପଟିକାଲ ଫାଇବର କେବୁଲ ବିଛା ଯାଇଛି । ଏହା ଫଳରେ ଆଣ୍ଡାମାନ ନିକୋବରର ପ୍ରାୟ ୧୨ଟି ଦ୍ୱୀପରେ ହାଇ ସ୍ପିଡ୍ ଇଣ୍ଟରନେଟ୍ ସେବା ମିଳିବ । ହାଇସ୍ପିଡ୍ ଇଣ୍ଡରନେଟ ସେବା ମିଳିବା ପରେ ବ୍ୟାଙ୍କିଙ୍ଗ୍ ସେବାଠାରୁ ଆରମ୍ଭ କରି ଅନ୍ୟ କ୍ଷେତ୍ରଗୁଡିକରେ ମଧ୍ୟ ଲୋକ ଉପକୃତ ହେବେ । ଏହି ଅଞ୍ଚଳରୁ ଇଣ୍ଡୋନେସିଆ ଓ ଚୀନର ସମସ୍ତ ଗତିବିଧି ଉପରେ ନଜର ରଖାଯାଉଥିବାରୁ, ଭାରତକୁ ସାମରିକ କ୍ଷେତ୍ରରେ ମଧ୍ୟ ଏହା ବଡ ସଫଳତା ଦେବ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0