ସୀମାରେ ଚୀନ ସହ ଲାଗିରହିଥିବା ବେଳେ ହଠାତ ଲଦାଖର ରାଜଧାନୀ ଲେହରେ ପହଚିଂଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚିଫ ଅଫ ଡିଫେନ୍ସ ଷ୍ଟାଫ ବିପିନ ରାୱତ ମଧ୍ୟ ତାଙ୍କ ସହ ପହଚିଂଛନ୍ତି । ସୀମାରେ ମୁତୟନ ଥିବା ଯବାନଙ୍କ ସହ ଭେଟି ସେମାନଙ୍କର ମନୋବଳ ବୃଦ୍ଧି କରିଛନ୍ତି ପ୍ରଧାନମନ୍ତ୍ରୀ । ଏବେ ସେ ସମୁଦ୍ରପତ୍ତନ ଠାରୁ ୧୧, ୦୦୦ ଫୁଟ୍ ଉଚ୍ଚରେ ଥିବା ଫର୍ୱାର୍ଡ ପୋଷ୍ଟ୍ରେ ଭ।ରତୀୟ ସେନା, ବାୟୁସେନା ଏବଂ ଆଇଟିବିପିର ଅଧିକାରୀମାନଙ୍କ ସହ ଆଲୋଚନା କରୁଛନ୍ତି ।ପରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ୧୪ କର୍ପସ୍ ଅଧିକାରୀଙ୍କୁ ଉଦ୍ବୋଧନ ଦେବା ସହ ଗଲୱାନ୍ ଉପତ୍ୟକାରେ ଚୀନ ସେନା ସହ ସଂଘର୍ଷରେ ଆହତ ହୋଇଥିବା ଯବାନଙ୍କୁ ଭେଟିବା କାର୍ୟ୍ୟକ୍ରମ ରହିଛି । ଏହାପରେ ଲଦାଖରେ ଉପସ୍ଥିତ ଥିବା ଚିଫ୍ ଅଫ୍ ଡିଫେନ୍ସ୍ ଷ୍ଟାଫ୍ ଜେନେରାଲ୍ ବିପିନ ରାୱତଙ୍କ ସହ ପ୍ରଧାନମନ୍ତ୍ରୀ ନର୍ଦନ୍ ଆର୍ମି କମାଣ୍ଡର୍ ଅଧିକାରୀ ଜେନେରାଲ୍ ୱାଇକେ ଯୋଶୀ, ଜେନେରାଲ୍ ହରିନ୍ଦର ସିଂହ ଏବଂ ୧୪ କର୍ପସର ଅଧିକାରୀଙ୍କ ସହ ନିରାପତ୍ତା ପରିସ୍ଥିତି ସମୀକ୍ଷା କରିବେ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0