spot_img

କର୍କଟ ରୋଗ ବିଶେଷଜ୍ଞ ସୁରେନ୍ଦ୍ର ସ୍ୱାଇଁଙ୍କ ପରାମର୍ଶ

ଭୁବନେଶ୍ୱର: କର୍କଟ ରୋଗୀ କେମୋଥେରାପି ନେଉଥିବା ସମୟରେ କୋଭିଡ ଆକ୍ରାନ୍ତ ହେଲେ, ଏହାକୁ ବିଳମ୍ବ କରାଯାଇପାରିବ । କଟକସ୍ଥିତ ଆଚାର୍ୟ୍ୟ ହରିହର ହସ୍ପିଟାଲର କର୍କଟ ରୋଗ ବିଶେଷଜ୍ଞ ସୁରେନ୍ଦ୍ର ସ୍ୱାଇଁ ଏହି ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ କୋଭିଡ ସଂପକିର୍ତ ପ୍ରଶ୍ନୋତ୍ତର କାର୍ୟ୍ୟକ୍ରମରେ ଡ. ସ୍ୱାଇଁ କହିଛନ୍ତି ଯେ, କର୍କଟ ରୋଗୀ କୋଭିଡ ଆକ୍ରାନ୍ତ ହେବାର ଅଧିକ ଆଶଙ୍କା ରହିଛିି । କାରଣ କର୍କଟ ରୋଗର ସମ୍ମୁଖୀନ ହେଲେ ରୋଗ ପ୍ରତିଷେଧକ ଶକ୍ତି କମିଯାଇଥାଏ ।  ଜଣେ ବ୍ୟକ୍ତି କର୍କଟ ରୋଗ ମୁକ୍ତ ହୋଇ ସାରିଥିଲେ ସେ ସାଧାରଣ ବ୍ୟକ୍ତିଙ୍କ ଭଳି କରୋନା ସଂକ୍ରମିତ ହୋଇପାରନ୍ତି । ଏଥିରେ ସନ୍ଦେହ ନାହିଁ ବୋଲି ଡ. ଶ୍ରୀ ସ୍ୱାଇଁ କହିଛନ୍ତି । କର୍କଟ ରୋଗୀ ଯଦି କରୋନା ସଂକ୍ରମିତ ହୁଅନ୍ତି, ତାଙ୍କୁ ହୋମ ଆଇସୋଲେସନରେ ରଖାଯାଇପାରିବ । ଯଦି ସଂପୃକ୍ତ ଆକ୍ରାନ୍ତ ବ୍ୟକ୍ତି କରୋନା ଜନିତ କୌଣସି ଲକ୍ଷଣ ନାହିଁ, ତାହେଲେ ସେ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ ଆଇସୋଲେସନରେ ରହିପାରିବେ । କର୍କଟ ରୋଗୀ ଯଦି କରୋନା ସଂକ୍ରମିତ ହୁଅନ୍ତି, ସେ କେମୋଥେରାପି ବିଳମ୍ବରେ ନେଇପାରିବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular