spot_img

ସୁବର୍ଣ୍ଣପୁର-ବଲାଙ୍ଗୀରକୁ ସ୍ବଦେଶ ଦର୍ଶନ ଯୋଜନାରେ ଯୋଡିବାକୁ ସଂସଦରେ ସଙ୍ଗୀତାଙ୍କ ଦାବି

ନୂଆଦିଲ୍ଲୀ: ପର୍ୟ୍ୟଟନ ମାନଚିତ୍ରରେ ପଶ୍ଚିମ ଓଡିଶାର ସୁବର୍ଣ୍ଣପୁର ଓ ବଲାଙ୍ଗୀରର ସ୍ବତନ୍ତ୍ର ସ୍ଥାନ ରହିଆସିଛି । ତେବେ ଏହି ଦୁଇ ଜିଲ୍ଲାର ପର୍ୟ୍ୟଟନର ବିକାଶ ପାଇଁ ସଂସଦରେ ଦାବି ଜଣାଇଛନ୍ତି ଲୋକସଭା ସାଂସଦ ତଥା ଭାରତୀୟ ଜନତା ପାର୍ଟିର ନେତ୍ରୀ ସଙ୍ଗୀତା କୁମାରୀ ସିଂହଦେଓ ।ଦାବିସାଂସଦ ସଙ୍ଗୀତା କୁମାରୀ କହିଛନ୍ତି, ବଲାଙ୍ଗୀର ଦେଶର ଦ୍ବିତୀୟ ବନାରସ । ଏହି ଜିଲ୍ଲା ମହାନଦୀ କୂଳରେ ରହିଛି । ଏଠାରେ ଅନେକ ଐତିହ୍ୟ ଓ ପର୍ୟ୍ୟଟନସ୍ଥଳୀ ରହିଛି । ପାତାଳୀ ଶ୍ରୀକ୍ଷେତ୍ର ପାପକୀୟ ଘାଟ, ହରିଶଙ୍କର ଓ ଚଉଷଠୀ ଯୋଗୀନୀ ଭଳି ଅନେକ ମନ୍ଦିର ରହିଛି । ତେବେ ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାକୁ ସ୍ବଦେଶ ଦର୍ଶନ ଯୋଜନାରେ ଯୋଡିବାକୁ କେନ୍ଦ୍ର ସଂସ୍କୃତି ଓ ପର୍ୟ୍ୟଟନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ସାଂସଦ ସିଂହଦେଓ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular