ନୀଳଗିରି: କୁଲଡିହା ସଂରକ୍ଷିତ ଜଙ୍ଗଲ ବିଷ୍ଣୁପୂର ପାହାଡ଼ରେ ୧୦ରୁ ଅଧିକ ଜାଗାରେ ଲାଗିଛି ନିଆଁ। ଗୋଟେ ପାହାଡ଼ରୁ ଆଉ ଗୋଟେ ପାହାଡ଼କୁ ନିଆଁ ବ୍ୟାପିବାରେ ଲାଗିଛି। ପାହାଡ଼ରେ ଥିବା ମୂଲ୍ୟବାନ ଗଛପତ୍ର ଜଳି ପୋଡ଼ି ପାଉଁଶ। ନିଆଁକୁ ଆୟତ କରିବା ପାଇଁ ବନ ବିଭାଗ ଏବଂ ସବୁଜ ବାହିନୀର ପ୍ରୟାସ। କିନ୍ତୁ ଅଣାୟତ୍ତ ଅଵସ୍ଥାରେ ଲାଗିଥିବା ନିଆଁ। ବାରମ୍ବାର ବନବିଭାଗ ମାଇକ ଦ୍ଵାରା ପ୍ରଚାର ପ୍ରସାର କରିବା ସହ ପାହାଡ଼ ଅଞ୍ଚଳରେ ଥିବା ବସ୍ତି ବାସିନ୍ଦାମାନଙ୍କୁ ସଚେତନ କରିବା ସତ୍ତ୍ୱେ ଦୁର୍ବୃତ୍ତ ମାନେ ଜଙ୍ଗଲରେ ନିଆଁ ଲଗାଉଛନ୍ତି । ଆଜି ସନ୍ଧ୍ୟାରେ କେହି ଦୁର୍ବୃତ୍ତ ବିଷ୍ଣୁପୂର ପାହାଡ଼ରେ ନିଆଁ ଲଗାଇଛନ୍ତି। ଶିକାର କରିବା ଆଶାରେ ଜଙ୍ଗଲରେ ନିଆଁ ଲଗାଇଥିବା ଅନୁମାନ କରାଯାଉଛି। ନିଆଁ ଲାଗିବା ହେତୁ ଲକ୍ଷଲକ୍ଷ ମୂଲ୍ୟବାନ ଗଛ ଜଳିପୋଡ଼ି ନଷ୍ଟ । ତେବେ ବାରମ୍ବାର ଦୁର୍ବୃତ୍ତମାନେ ଜଙ୍ଗଲରେ ନିଆଁ ଲଗାଇବା ହେତୁ ଗାଁ ମୁହାଁ ଏବଂ ସହର ମୁହାଁ ହେଉଛନ୍ତି ଜଙ୍ଗଲରେ ଥିବା ବନ୍ୟଜନ୍ତୁ ।



Visitors Today : 0
Total Visitors : 130423
Total Views : 9891953
Visitors Online Now : 0