ରାଜନଗର : ବିଶ୍ବପ୍ରସିଦ୍ଧ ଭିତରକନିକା ଅ˚ଚଳରେ ଡଲଫିନ ଗଣନା କରାଯିବ। ଧାମରାଠାରୁ ଦେବୀ ମୁହାଣଯାଏ ସମୁଦ୍ର ମଧୢରେ ଓ ଭିତରକନିକା ମଧୢରେ ଥିବା କ୍ରିକ ଓ ନଦୀରେ ଚଳିତ ମାସ ୧୭ ତାରିଖ ଦିନ ଗଣନା କରାଯିବ ବୋଲି ରାଜନଗର ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ କେବଳ ଚିଲିକାରେ ଡଲଫିନ ଗଣନା କରାଯାଉଥିଲା। ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ନିଷ୍ପତ୍ତି କ୍ରମେ ୫ ବର୍ଷ ହେଲା ଭିତରକନିକା ଅ˚ଚଳରେ ଡଲଫିନ ଗଣନା କରାଯାଉଛି। ଭିତରକନିକା ଅ˚ଚଳରେ ଡଲଫିନ ଗଣନା ପାଇଁ ୯ଟି ଟିମ ଗଠନ କରାଯାଇଛି। ୯ଟି ଟିମରେ ବିଭକ୍ତ ହୋଇ ଡଲଫିନ ଗଣନା କରାଯିବ। ଡଲଫିନ ବିଶାରଦ ଡ. ମୁନତାଜ ଖାଁଙ୍କ ନେତୃତ୍ବରେ ଏହି ଗଣନା କରାଯିବ। ଭିତରକନିକା ସଲଗ୍ନ ନଦୀ, କ୍ରିକ ଓ ସମୁଦ୍ରରେ ଇରାୱାର୍ଡ, ବଟଲନୋଜ, ହମ୍ପବ୍ୟାକ, ଫିନଲେସ ପରିପଏସ ଓ ଗାଙ୍ଗେଟିକ ପ୍ରଭୃତି ୫ ପ୍ରଜାତିର ଡଲଫିନ ଦେଖାଯାନ୍ତି। ଏହାବାଦ ଏହି ସମୁଦ୍ରରେ ଗଣନା ସମୟରେ ତିମି ମାଛ ଦେଖାଗଲେ ସେମାନଙ୍କ ଗଣନା କରାଯିବ ବୋଲି ଜଣାପଡିଛି।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0