ନୂଆଦିଲ୍ଲୀ: NEET ପରିକ୍ଷା ଘୁଞ୍ଚିବାପାଇଁ କରାଯାଇଥିବା ଆବେଦନର ଶୁଣାଣି କରିବା ପାଇଁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ବର୍ତ୍ତମାନ ପୂର୍ବ ନିର୍ଦ୍ଧାରିତ ସମୟ ଅର୍ଥାତ ୧୩ ସେପ୍ଟେମ୍ବରକୁ ସାରା ଦେଶରେ NEET ପରୀକ୍ଷାର ଆୟୋଜନ କରାଯିବ । ଏହା ପୂର୍ବରୁ ସୁପ୍ରିମକୋର୍ଟ ଶୁକ୍ରବାର ଦିନ କରୋନା ମହାମାରୀ ମଧ୍ୟରେ ସେପ୍ଟେମ୍ବରରେ ଆୟୋଜିତ ହେବାକୁ ଥିବା NEET ଓ JEE ପରୀକ୍ଷା ସହିତ ସମ୍ବନ୍ଧିତ ୧୭ ଅଗଷ୍ଟର ଆଦେଶକୁ ସମୀକ୍ଷା କରିବା ପାଇଁ କରାଯାଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି । କୋର୍ଟ ପରୀକ୍ଷା କରିବା ପାଇଁ ଅନୁମତି ଦେଇଥିଲେ, ଏହାପରେ ଏହାର ପୁର୍ନବିଚାର କରିବା ପାଇଁ କୋର୍ଟରେ ଆବେଦନ କରାଯାଇଥିଲା । ଜଷ୍ଟିସ ଅଶୋକ ଭୂଷଣ, ବିଆର ଗବାଇ ଓ କୃଷ୍ଣ ମୁରାରୀ ଖଣ୍ଡପୀଠଙ୍କ କହିବା ଅନୁଯାୟୀ, ସମୀକ୍ଷା କରିବାର ଆବେଦନ ଗ୍ରହଣଯୋଗ୍ୟ, ସମୀକ୍ଷା ପତ୍ର ଓ ତାହା ସହ ଜଡ଼ିତ ସମସ୍ତ କାଗଜ ପତ୍ରକୁ ଧ୍ୟାନ ସହକାରେ ଦେଖିସାରିଛୁ । ଆମକୁ ଏହା ଠିକ ନଲାଗିବାରୁ ଏହାକୁ ଖାରଜ କରିଦେଲୁ । ତେଣୁ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ NEET ଓ JEE ପରୀକ୍ଷା ଆୟୋଜିତ କରାଯିବ ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0