ପାଲଲହଡ଼ା :ଚୋରା ବିଦ୍ୟୁତ ଲାଇନ ସଂସ୍ପର୍ଶରେ ଆସି ଯୁବକର ମୃତ୍ୟୁ। ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ପୁଲିସ ଓ ବିଦ୍ୟୁତ ବିଭାଗ ତଦନ୍ତ ଆରମ୍ଭ କରିଛି। ପାଲଲହଡ଼ା ଟାଉନ ମଲ୍ୟଗିରି ମହାବିଦ୍ୟାଳୟ ପଛପଟେ ଏକ ଖୋଲା ପଡିଆରେ ଏକ ଯୁବକଙ୍କ ମୃତ ଦେହ ପଡ଼ିଥିବାର ଦେଖା ଯାଇଥିଲା। ବିଦ୍ୟୁତ ସଂପର୍ଶରେ ଆସି ଯୁବକର ଶରୀର ସଂପୁର୍ଣ୍ଣ ଭାବେ ପୋଡ଼ିଯାଇଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ। ଖୋଲା ଜିଆଇ ତାରରେ ବିଦ୍ୟୁତ କରେଣ୍ଟ ଥିବା ବେଳେ ଏହି ଚୋରା ଲାଇନ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ପୁଲିସ ସନ୍ଦେହ କରୁଛି।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0