କୋଣାର୍କ: ଗତକାଲି ଅପରାହ୍ନରେ ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଝାଡ଼ାଲିଙ୍ଗଗ୍ରାମର ଜଣେ ଯୁବକ ରାସ୍ତା ଦୁର୍ଘଟଣାର ଶିକାର ହୋଇ ଗୁରୁତର ଅବସ୍ଥାରେ ଅସ୍ତରଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହେବା ପରେ ସେଠାରୁ ଡାକ୍ତର ତାଙ୍କୁ ନିକଟସ୍ଥ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅସ୍ତରଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାରେ ଅବହେଳା ଅଭିଯୋଗରେ ଗାଁ ଲୋକେ ଡାକ୍ତର ଚାମ୍ବର ଭଙ୍ଗାରୁଜା କରିବା ଘଟଣାରେ ପୁଲିସ ଗତକାଲି ବିଳମ୍ବିତ ରାତ୍ରୀରେ ଚଢ଼ାଉ କରି ୨୦ଜଣଙ୍କୁ ଅଟକ ରଖିଛି। ଏହାର ପ୍ରତିବାଦରେ ଝାଡ଼ାଲିଙ୍ଗ ଗ୍ରାମର ମହିଳାମାନେ ଅସ୍ତରଙ୍ଗ ଥାନା ଆଗରେ ଧାରଣା ଦେଇଛନ୍ତି । ଶବ ବ୍ୟବଚ୍ଛେଦ ପାଇଁ ମୃତ ଦେହ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବାବେଳେ ପରିବାର ଲୋକଙ୍କୁ ପୁଲିସ ଅଟକ ରଖିଥିବା ଅଭିଯୋଗ କରିଛନ୍ତି ।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0