ବାରିପଦା: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଖେରଣା ଜଙ୍ଗଲରେ ହାତୀ ଆତଙ୍କ । ସକାଳ ୫ଟା ରୁ ଗୋଟିଏ ଦନ୍ତା ହାତୀ ଚିଙ୍ଗିଡି ପୋଖରୀ ଗ୍ରାମକୁ ପଶି ଆତଙ୍କ ଖେଳାଇଥିଲା । ଘରଦ୍ୱାର ଭାଙ୍ଗିବା ସହ ଲୋକଙ୍କୁ ଆକ୍ରମଣ କରିବାକୁ ଗୋଡାଇଥିଲା । ତେବେ ଦୁଇ ଜଣ ବୟସ୍କ ବ୍ୟକ୍ତି ହତୀ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି । ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବରପାଇ ବନବିଭାଗ ଓ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଲୋକଙ୍କୁ ହଟାଇବା ସହ ହାତୀକୁ ଘଉଡାଇବା କାର୍ଯ୍ୟ ଜାରି ରଖିଥିଲେ ତେବେ ଦୀର୍ଘ ୬ ଘଣ୍ଟା ପରେ ହାତୀକୁ ଘଉଡାଇବାରେ ସଫଳ ହୋଇଥିଲା ବନବିଭାଗ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0