ବଣାଇ: ଜଙ୍ଗଲରୁ ବାହାରି ରାଜରାସ୍ତାରେ ବୁଲୁଛି ଗଜରାଜ। ତାହା ପୁଣି କିଛି ଉତ୍ପାତ କରିବା ପାଇଁ ନୁହେଁ କି କାହାକୁ ଭୟଭୀତ କରିବାକୁ ନୁହେଁ। ଗାଡ଼ି ଅଟକାଇ ଲୋକଙ୍କୁ ଖାଇବାକୁ ମାଗୁଛି। ଆଉ ପେଟ ପୁରିଲା ପରେ ପୁଣି ଥରେ ଜଙ୍ଗଲକୁ ଫେରିଯାଉଛି। ଏପରି ଘଟଣା ପ୍ରାୟ ୨ ମାସ ହେବ ସୁନ୍ଦରଗଡ ଜିଲ୍ଲା ଟେନସା ବରସୁଁଆ ରାଜରାସ୍ତାରେ ଦେଖିବାକୁ ମିଳୁଥିବା ବେଳେ ଏଥିନିମନ୍ତେ ଆଜି କିନ୍ତୁ ୨ ଘଣ୍ଟା ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।
ଗତ କିଛି ଦିନ ହେବ ଗୋଟିଏ ହାତୀ ଜଙ୍ଗଲରୁ ଆସି ରାଜରାସ୍ତାରେ ବୁଲୁଛି। ଏହାପରେ ବସ୍, ଟ୍ରକ୍ ଅଟକାଇ ଚାଳକମାନଙ୍କୁ ଶୁଣ୍ଢ ବଢାଇ ଖାଦ୍ୟ ମାଗୁଛି । ଉକ୍ତ ରାସ୍ତା ଦେଇ ଯାଉଥିବା ବସ୍, ଟ୍ରକ୍ ଚାଳକ ଏହା ଜାଣିବା ପରେ ଏବେ କିଛି ନା କିଛି ନିହାତି ଭାବେ ପାଖରେ ରଖୁଛନ୍ତି। ଆଜି ସକାଳୁ ସକାଳୁ ହାତୀଟି ରାସ୍ତାକୁ ପଳାଇ ଆସି ଗାଡ଼ି ଅଟକାଉଥିବା ବେଳେ ଟେନସା ବରସୁଁଆ ଘାଟିରେ ୨ ଘଣ୍ଟା ଗାଡି ଚଳାଚଳ ବନ୍ଦ ରହିଥିଲା ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0