ରାଜନଗର : ପ୍ରତିବର୍ଷ ମହାବିଷୁବ ସଂକ୍ରାନ୍ତିରେ ଉତ୍ସବ ମୁଖର ହୋଇ ଉଠେ ମା ମାଟିଆ ମଙ୍ଗଳାଙ୍କ ପୀଠ କିନ୍ତୁ ଚଳିତବର୍ଷ କୋଭିଡ କଟକଣା ଭିତରେ ସୀମିତ ଶ୍ରଦ୍ଧାଳୁଙ୍କୁ ନେଇ ପାଳିତ ହେଉଛି ମା ଙ୍କ ଜନ୍ମ ଉତ୍ସବ । ଏହି ଜନ୍ମ ଉତ୍ସବରେ ସାମିଲ ହେବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ମଧ୍ୟ ଦେଖିବାକୁ ମିଳିଥାଏ । ମାଙ୍କ ପୂଜାର୍ଚ୍ଚନା କରିବା ପାଇଁ ଶ୍ରଦ୍ଧାଳୁମାନେ ଭଳିକି ଭଳି ଭୋଗ ସାଙ୍ଗକୁ ଶାଢୀ,ଚୁଡି ଧୂପ ଦୀପ ଧରି ମନ୍ଦିର ବେଢାକୁ ଧାଇଁ ଆସିଥାନ୍ତି । କେନ୍ଦ୍ରାପଡା ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଶ୍ରଧାଳୁ ଆସିଥାନ୍ତି । ଦର୍ଶନ କରିବା ପରେ ଶ୍ରଦ୍ଧାଳୁମାନେ ମୀନା ବଜାର ମଜା ନେବା ସହିତ ସାଂସ୍କୃତିକ ଓ ରଙ୍ଗାରଙ୍ଗ କାର୍ୟ୍ୟକ୍ରମର ଭରପୁର ମଜାନେଇଥାନ୍ତି ।
କିନ୍ତୁ ଚଳିତ ବର୍ଷ କୋଭିଡ ନିୟମ ଓ ଜିଲ୍ଲାପ୍ରଶାସନର କଟକଣା ଭିତରେ ଅନୁଷ୍ଠିତ ହେଉଛି ମାଙ୍କ ଜନ୍ମ ଉତ୍ସବ । ସ୍ଥାନୀୟ ପ୍ରଶାସନର ନିୟମ ଅନୁଯାଇ ବେଢା ମଧ୍ୟକୁ ଥରକେ ୫୦ଜଣ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଅନୁମତି ମିଳିଥିବା ବେଳେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସାନ୍ତି ଶୃଙ୍ଖଳାର ସହିତ ମାଙ୍କ ଉତ୍ସବ ପାଳନ କରିବା ପାଇଁ ରାଜନଗର ପୋଲିସ ପ୍ରଶାସନ ଏବଂ ମନ୍ଦିର ପୂଜା କମିଟି ପକ୍ଷରୁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି



Visitors Today : 0
Total Visitors : 130166
Total Views : 9891611
Visitors Online Now : 0