spot_img

କବୀର ସିଂ ର ସଫଳତା ପରେ ମଧ୍ୟ ଭିଖାରୀଙ୍କ ଭଳି ଫିଲ୍ମ ମାଗୁଥିଲେ ସାହିଦ

ବଲିଉଡର ଚକୋଲେଟ ହିରୋ ସାହିଦ କପୁରଙ୍କ ଫିଲ୍ମ କବୀର ସିଂ ୨୦୧୯ ମସିହାରେ ରିଲିଜ ହୋଇଥିଲା | ଫିଲ୍ମଟି ମଧ୍ୟ ଉକ୍ତ ବର୍ଷର ସଫଳ ଫିଲ୍ମର ମାନ୍ୟତା ପାଇଥିଲା | ଫିଲ୍ମଟି ବକ୍ସ ଅଫିସରେ 256 କୋଟିର ବ୍ୟବସାୟ କରିଥିଲା | ସାହିଦ କପୁରଙ୍କ ପାଇଁ ଏହି ଫିଲ୍ମଟି ଥିଲା ଟର୍ଣ୍ଣିଙ୍ଗ ପଏଣ୍ଟ | ତାଙ୍କ ଜୀବନରେ ମଧ୍ୟ ଫିଲ୍ମଟି ମାଇଲଷ୍ଟୋନ ସାଜିଥିଲା | କିନ୍ତୁ ଏତେ ସଫଳତା ପରେ ମଧ୍ୟ ତାଙ୍କୁ ଫିଲ୍ମ ମେକର୍ସଙ୍କ ପାଖକୁ ଯାଇ ଭିଖାରୀଙ୍କ ଭଳି ଫିଲ୍ମ ମାଗିଥିଲେ ସାହିଦ | ଏକଥା ନିଜେ ସାହିଦ କପୁର ଜର୍ସି ର ଟ୍ରେଲର ରିଲିଜ ବେଳେ କହିଛନ୍ତି | ସେ ଏକଥା ମଧ୍ୟ କହିଛନ୍ତି ଯେ ଜର୍ସି ଚଳଚ୍ଚିତ୍ର ପାଇଁ ସେ ପ୍ରଥମରୁ ମନା କରି ଦେଇଥିଲେ କିନ୍ତୁ ଅରିଜିନାଲ ଫିଲ୍ମକୁ ଦେଖିବା ପରେ ସେ ନିଜ ଲୁହକୁ ରୋକି ପାରି ନଥିଲେ |

LEAVE A REPLY

Please enter your comment!
Please enter your name here

- Advertisment -

Most Popular