ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଳକର ସ୍ୱାଭିମାନ ଅଂଚଳରେ ସୁରକ୍ଷା କର୍ମୀଙ୍କୁ ମିଳିଛି ଗୋଟିଏ ପରେ ଗୋଟିଏ ସଫଳତା । ଜାନୁଆରି ୨୬କୁ ଆଖି ଆଗରେ ରଖି ପୁଲିସ ଓ ବିଏସଏଫ ତରଫରୁ ସ୍ୱାଭିମାନ ଅଂଚଳରେ କୁମ୍ବି ଅପରେସନକୁ ଜୋରଦାର କରାଯାଇଛି । ସୂଚନାନୁଯାୟୀ ଚିତ୍ରକୋଣ୍ଡା ବ୍ଲକ ପଣସଫୁଟ ପଂଚାୟତ ଅନ୍ତର୍ଗତ ଗୋରାସେତୁ ନିକଟସ୍ଥ ମାଟିଖାଲ ଜଙ୍ଗଲରୁ ସ୍ଥାନୀୟ ବିଏସଏଫ ମାଓବାଦୀଙ୍କ ଦ୍ବାରା ଜଙ୍ଗଲରେ ଲୁଚା ଯାଇଥିବା ମାଓ ପୁସ୍ତିକା, ମାଓ ପୋଷାକ, ବିପୁଳ ପରିମାଣର ବୋମା ତିଆରି କରିବା ସାମଗ୍ରୀ, ଓ ତାର ଜବତ କରିଛି। ସେଠାରେ କାର୍ୟ୍ୟରତ ନବମ ବାଟାଲିୟନର ବିଏସଏଫ ଯବାନ କୌଣସି ବିଶେଷ ସୂତ୍ରରୁ ଖବର ପାଇ ପଣସପୁଟ ପଂଚାୟତ ନିକଟସ୍ଥ ମାଟିଖାଲ ଜଙ୍ଗଲରେ ସର୍ଚ୍ଚ ଅପରେସନ କରି ଏକ ଡ୍ରମରେ ପୋତା ହୋଇ ରଖାଯାଇଥିବା ବହୁ ପରିମାଣର ବୋମା ପ୍ରସ୍ତୁତରେ ବ୍ୟବହୃତ ସାମଗ୍ରୀକୁ ଜବତ କରିଛି। ସ୍ୱାଭିମାନ ଅଂଚଳରେ ପୁଲିସ ଓ ବିଏସଏଫ ତରଫରୁ ପେଟ୍ରୋଲିଂ କଡାକଡି କରାଯାଉ ଥିବାରୁ ପୂର୍ବ ଭଳି ସେଠାରେ ଆଉ ମାଓବାଦୀ ଚଳ ପ୍ରଚଳ କରି ପାରୁନାହାନ୍ତି ଏବଂ ଗ୍ରାମବାସୀ ମଧ୍ୟ ମାଓବାଦୀଙ୍କୁ ସମର୍ଥନ ଦେଉନାହାନ୍ତି । ଫଳରେ ମାଓବାଦୀ ନିଜ ଅସ୍ତ୍ରଶସ୍ତ୍ର, ବୋମା, ବୋମା ପ୍ରସ୍ତୁତରେ ବ୍ୟବହୃତ ସାମଗ୍ରୀ ଜଙ୍ଗଲରେ ଲୁଚାଇ ଆତ୍ମଗୋପନ କରିଥିବା ଅନୁମାନ କରାଯାଉଛି । ନିକଟରେ ପଣସଫୁଟ ପଂଚାୟତର ହାଣ୍ଡିଖାଲ ଜଙ୍ଗଲରୁ ସ୍ଥାନୀୟ ବିଏସଏଫ ଏକ ଅଫୁଟା ବୋମା ସହିତ ବହୁ ମାଓ ସାମଗ୍ରୀ ଜବତ ଜବତ କରିବାରେ ସଫଳ ହୋଇଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0