ମାଲକାନଗିରି: ମଙ୍ଗଳବାର ଛତିଶଗଡର ଦାନ୍ତେୱାଡା ଜିଲ୍ଲାର ପୋଲିସର ପରିସର ଜଣେ ମହିଳା ମାଓବାଦୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତ ସପ୍ତାହରେ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଥିଲେ । ମୃତକଙ୍କ ନାମ ପାଣ୍ଡେ କାୱାସି ବୋଲି ଜଣାପଡିଛି। ଜିଲ୍ଲା ରିଜର୍ଭ ଗାର୍ଡ କାର୍ୟ୍ୟାଳୟ ପରିସରରେ ଥିବା ମହିଳା ଗେଷ୍ଟ ହାଉସର ୱାଶରୁମରେ ପାଣ୍ଡେ କାୱାସି ନିଜକୁ ଫାଶୀ ଦେଇଥିବାର ଅଭିଯୋଗ ହୋଇଛି। ସେଠାରେ ସେ ଆତ୍ମସମର୍ପଣ କରିଥିବା ଅନ୍ୟ ଜଣେ ମହିଳା କ୍ୟାଡରଙ୍କ ସହ ରୁମରେ ରହିଥିଲେ। ପାଣ୍ଡେ କାୱାସୀ ମାଓବାଦୀଙ୍କ ସକ୍ରିୟ ଚେତନା ନାଟ୍ୟ ମଣ୍ଡଳୀର ସଦସ୍ୟ ଥିଲେ ଏବଂ ଫେବୃଆରୀ ୧୯ରେ ଆତ୍ମସମର୍ପଣ କରିଥିଲେ। ଅପରାହ୍ନ ପ୍ରାୟ ସାଢେ ତିନିଟାରେ କାୱାସୀ ବାଥରୁମକୁ ଯାଇ ଦୀର୍ଘ ସମୟ ପର୍ୟ୍ୟନ୍ତ ବାହାରକୁ ଆସି ନଥିଲେ। ଯେତେବେଳେ ଦୁଇ କନଷ୍ଟେବଳ ଯାଞ୍ଚ କଲେ, ସେମାନେ ତାଙ୍କୁ ଫାଶୀରେ ଝୁଲୁଥିବାର ଦେଖିଥିଲେ ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0