ଗଞ୍ଜାମ: କରୋନା ପାଇଁ ଗଞ୍ଜାମରେ ବଡ ପଦକ୍ଷେପ ଜିଲ୍ଲା ପ୍ରଶାସନ । ବାହାଘରରେ କେବଳ ଶହେ ଲୋକ ସାମିଲ ହେବା ନିର୍ଦ୍ଦେଶ ଦିଆଯାଇଛି । କରୋନା ସଂକ୍ରମଣକୁ ଦେଖି ଅଧିକ ସତର୍କ ହୋଇପଡିଛନ୍ତି ଗଞ୍ଜାମ ଜିଲ୍ଲା ପ୍ରଶାସନ । ବିଶେଷ କରି ସାମାଜିକ କାର୍ଯ୍ୟକ୍ରମରେ ସଂକ୍ରମଣ ବଢିବାର ଆଶଙ୍କା ଥିବାରୁ କରୋନା କଟକଣାକୁ ଅଧିକ କଡାକଡି କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ତେଣୁ ବିବାହ ଉତ୍ସବକୁ ନେଇ ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ସୂଚନା ମୁତାବକ ଜିଲ୍ଲାରେ ବିବାହ ଉତ୍ସବରେ କେବଳ ୧୦୦ ଜଣ ଯୋଗ ଦେଇପାରିବେ ବୋଲି କୁହାଯାଇଛି । ସେହିପରି ବିବାହ ଉତ୍ସବରେ ଯୋଗ ଦେଉଥିବା ଲୋକ ଭୋଜି ଖାଇପାରିବେ ନାହିଁ । ବରଂ ବିବାହ ଆୟୋଜକ ଟେକ ଆୱେ ବନ୍ଦୋବସ୍ତ କରିବେ । ଅର୍ଥାତ କେବଳ ଖାଦ୍ୟ ପୁଡିଆ ନେଇପାରିବେ ବୋଲି ସାନି ନିର୍ଦ୍ଦେଶନାମାରେ କୁହାଯାଇଛି । ଅର୍ଥାତ ଏଣିକି ଗଞ୍ଜାମ ଜିଲ୍ଲାରେ ବାହାଘର ଭୋଜିରେ କେବଳ ଖାଦ୍ୟ ପୁଡିଆ ବଂଟା ଯିବ ବୋଲି କୁହାଯାଇଛି । ଏହି ନିୟମର ଉଲ୍ଲଂଘନ କଲେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0