spot_img

ଅଗ୍ନିଶ୍ରମ ସହିଦ ଦିବସ ପାଳିତ

ରାଜକନିକା ଅଗ୍ନିଶ୍ରମ ବିଭାଗ ପକ୍ଷରୁ ଆଜି ପାଳନ ହୋଇଛି ଅଗ୍ନିଶ୍ରମ ସହିଦ ଦିବସ । ଏହି ସହିଦ ଦିବସ ଅପ୍ରେଲ ୧୪ ରୁ ୨୦ଯାଏ ପାଳନ କରାଯିବ ବୋଲି ସୂଚନା ମିଳିଛି । ତେବେ କିଛିବର୍ଷ ତଳେ ଆଜିର ଦିନରେ ବମ୍ବେରେ ଏକ ଜାହାଜରେ ନିଆଁ ଲାଗିଥିବା ସମୟରେ ଅଗ୍ନିଶ୍ରମ ବାହିନୀର କର୍ମଚାରୀ ମାନେ ନିଆଁ ଲିଭାଇବାକୁ ଯାଇ ଶହେରୁ ଉର୍ଦ୍ଧ କର୍ମଚାରୀ ସହିଦ ହୋଇଥିଲେ । ସେବେଠାରୁ ସହିଦ ଅଗ୍ନିଶ୍ରମ କର୍ମଚାରୀଙ୍କ ଶ୍ରଦ୍ଧାଞ୍ଜଳି ଓ ପରାକାଷ୍ଠାର ସ୍ମୁତି କୁ ଉଜ୍ଜୀବିତ କରିବା ଉଦ୍ଧେଶ୍ୟରେ ସାରା ଦେସବ୍ୟାପୀ ଆଜିର ଦିନକୁ ଅଗ୍ନିଶ୍ରମ ସହିଦ ଦିବସ ଭାବରେ ପାଳନ କରାଯାଉଛି । ଏହି ଅବସରରେ ରାଜକନିକା ଅଗ୍ନିଶ୍ରମ ବିଭାଗ ଏକ ଶୋଭାଯାତ୍ରାରେ ରାଜକନିକା କଣ୍ଟପଡା, ଅଶୋକ ବଜାର ପରିକ୍ରମା କରି ସହିଦମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular