ପାଟନା: ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରକୁ ଭେଟିଛନ୍ତି ବିହାରର ପୂର୍ବତନ ଡ଼ିଜିପି ଗୁପ୍ତେଶ୍ୱର ପାଣ୍ଡେ । ଶନିବାର ଦିନ ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଗୁପ୍ତେଶ୍ୱର ପାଣ୍ଡେ । ଚର୍ଚ୍ଚା ହେଉଥିବା ରାଜନୈତିକ ଉଦେଶ୍ୟରେ ଭେଟିବାକୁ ଆସିଥିବା କଥାକୁ ପୁଲିସ ମହାନିର୍ଦେଶକ ଗୁପ୍ତେଶ୍ୱର ପାଣ୍ଡେ ଖଣ୍ଡନ କରିଛନ୍ତି । ଏ ସଂକ୍ରାନ୍ତୀୟ ସେ କୌଣସି ନିଷ୍ପତି ନେଇ ନାହାନ୍ତି ବୋଲି କହିଛନ୍ତି । ଉଲ୍ଲେଖଯୋଗ୍ୟ, ପୁଲିସ ମହାନିର୍ଦେଶକ ଗୁପ୍ତେଶ୍ୱର ପାଣ୍ଡେ ସ୍ୱେଚ୍ଛାକୃତ ଭାବରେ ଚାକିରିରୁ ଇସ୍ତଫା ଦେଇଥିଲେ । ଚାକିରୀରୁ ଇସ୍ତଫା ଦେବା ପରେ ବିହାର ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ବୋଲି ଆଶା କରାଯାଉଛି । ‘ଜଣେ ଡ଼ିଜିପି ଭାବେ କର୍ତ୍ତବ୍ୟ କରିବାକୁ ମୋତେ ପୁର୍ଣ୍ଣ ସ୍ୱାଧିନତା ଦେଇଥିବାରୁ ମୁଁ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଧନ୍ୟବାଦ ଜ୍ଞାପନ କରିବାକୁ ଏଠାକୁ ଆସିଥିଲି ଏବଂ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ଲାଗି କୌଣସି ନିଷ୍ପତି ନେଇନାହିଁ’ ବୋଲି ଡ଼ିଜିପି ଗୁପ୍ତେଶ୍ୱର ପାଣ୍ଡେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅନ୍ୟପଟେ ଅକ୍ଟୋବର ୨୮ ତାରିଖରେ ୩ଟି ପର୍ଯ୍ୟାୟରେ ବିହାର ନିର୍ବାଚନ ହେବ ଏବଂ ନଭେମ୍ବର ୧୦ରେ ଭୋଟ ଗଣତି ହେବ ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0