ଭୁବନେଶ୍ୱର: ବରିଷ୍ଠ ପୁଲିସ ଅଧିକାରୀ ଜନ୍ ନାୟକଙ୍କ ଗତ ରାତିରେ ପରଲୋକ ଘଟିଛି । କୋଭିଡ୍-୧୯ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି ରାଜ୍ୟ ପୁଲିସ ଡିଜି ଅଭୟ । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା।ଏ ସଂପର୍କରେ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଡିଜିପି ଅଭୟ। ସେ ଟ୍ବିଟ୍ କରି ଲେଖିଛନ୍ତି, ‘୨୦୦୨ ମସିହାରେ ଅବସର ନେଇଥିବା ୧୯୬୫ ବ୍ୟାଚର ଆଇପିଏସ୍ ଅଧିକାରୀ ଜନ୍ ନାୟକ ଗତକାଲି ରାତିରେ କରୋନାରେ ପ୍ରାଣତ୍ୟାଗ କରିଛନ୍ତି। ଫୁଲବାଣୀର ଏକ ଦୂର ଆଦିବାସୀ ଗ୍ରାମରୁ ଆସି ଡିଜି ପଦବୀ ପର୍ୟ୍ୟନ୍ତ ତାଙ୍କର ଯାତ୍ରା ପ୍ରେରଣାଦାୟକ ଥିଲା। ସେ ଅତ୍ୟନ୍ତ ଭଦ୍ର, ନମ୍ର, ଏବଂ ଦୟାଳୁ ଥିଲେ। ତାଙ୍କ ପ୍ରତି ଆମର ସମ୍ମାନଜନକ ଶ୍ରଦ୍ଧାଞ୍ଜଳି। ଆପଣଙ୍କ ଆତ୍ମାକୁ ଶାନ୍ତି ମିଳୁ।’



Visitors Today : 3
Total Visitors : 130426
Total Views : 9891957
Visitors Online Now : 0