ଖାଉଟିଙ୍କୁ କନ୍ଦାଇଲାଣି ଆଳୁ ପିଆଜ ଦର । ଆଳୁ କିଲୋ-୩୫ ଟଙ୍କାକୁ ପିଆଜ ୫୦ ଛୁଇଁଲାଣି । କୌଣସି ପରିବା ଦର ଏବେ ୫୦ ଟଙ୍କା ତଳେ ନାହିଁ । ୫୦୦ ଟଙ୍କାରେ ବି ବ୍ୟାଗ ପୁରୁନି । କରୋନା କାଳରେ ପରିବା ଦାଉରେ ହନ୍ତସନ୍ତ ହେଲେଣି ଖାଉଟି । ଲକଡାଉନ ବେଳେ ପରିବା କିଣା ବିକାର ସୁଯୋଗ କମ ରହିଥିଲା । ଗତ ମାସ ବନ୍ୟାରେ ପୂରା ଉଜୁଡି ଯାଇଛି ଚାଷ । ନଷ୍ଟ ହୋଇଯାଇଛି ପରିବା ଫସଲ । କଟକ ଜିଲ୍ଲାର ନିଆଳି ଗୁଣ୍ଡର , ସାତକାଳିଆ , ସରାକୂଳ , କରାଙ୍ଗ ,ନୂଆବେତଣ୍ଡା , କପାସି , ସିଠାଳ ,ଏକବେରୁଆଁ ଅଂଚଳରୁ ପ୍ରଚୁର ପରିବା ଆସିଥାଏ ନିଆଳି ବଜାରକୁ । ଏପଟେ ନିଆଳି ହାଟରେ ଆକାଶଛୁଆଁ ହେଲାଣି ପରିବା ଦର ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0