spot_img

ପାରିବାରିକ କଳହର ପରିଣାମ, ଦିଅର ଉପରକୁ ତତଲା ପେଜ ଫିଙ୍ଗିଲା ଭାଉଜ

ଚିଲିକା: ପାରିବାରିକ କଳହକୁ ନେଇ ଦିଅର ଉପରକୁ ଗରମ ପେଜ ଫିଙ୍ଗିଲା ଭାଉଜ । ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ । ବାଣପୁର ଅଞ୍ଚଳ ଭେଟେଶ୍ୱର ଗାଁର ସୁବଳ ପଲେଇ ଓ ଅନୁ ପାଲେଇ ଦୁଇ ଭାଇଙ୍କ ମଧ୍ୟରେ ପାରିବାରିକ ସମସ୍ୟାକୁ ନେଇ ତୁତୁ ମେ ମେ ଲାଗି ରହିଥିଲା । ତେବେ ଏହି ଘଟଣାକୁ କେନ୍ଦ୍ରକରି ବଡ଼ ଭାଇ ସୁବଳ ପଲେଇଙ୍କ ପନôୀ ଦିଅର ଅନୁପଲେଇ ଶୋଇଥିବା ବେଳେ ତାଙ୍କ ଉପରକୁ ଗରମ ପେଜ ଫିଙ୍ଗିଥିଲେ । ଫଳରେ ଗୁରୁତ୍ୱ ଅବସ୍ଥରରେ ତାଙ୍କୁ ବାଣପୁର ମେଡ଼ିକାଲକୁ ନିଆଯାଇଥିଲା । ମାତ୍ର ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ପାରିବାରିକ କଳହକୁ ନେଇ ଏପରି ହୋଇଛି ବୋଲି ଆହାତଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular