ବାଲିଅନ୍ତା: ଶ୍ରୀ ଜୟଦେବ ପ୍ରେସ୍ କ୍ଲବ ପକ୍ଷରୁ ବାଲିଅନ୍ତା ବେଣ୍ଟପୁର ପିତବାସ ଭବନ ଠାରେ ପ୍ରେସ୍ କ୍ଲବର ନୂତନ କାର୍ୟ୍ୟାଳୟ ଗୃହ ଓ ଜଳଛତ୍ର ଉଦଘାଟନ ହୋଇଯାଇଛି । ଏହି ଅବସରରେ ପ୍ରେସ୍ କ୍ଲବ ସଭାପତି ନିରଞ୍ଜନ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସାଧାରଣ ବୈଠକରେ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହ ଭିଙ୍ଗାରପୁର-ବାଲିପାଟଣା ରାସ୍ତାର ବାଣେଶ୍ୱର ଜୁସ୍ ସେଣ୍ଟର ନିକଟରେ ଏକ ଜଳଛତ୍ର ଉଦଘାଟନ କରାଯାଇଛି । ଏହି କାର୍ୟ୍ୟକ୍ରମରେ କ୍ଲବର ସମ୍ପାଦକ ବଟକୃଷ୍ଣ ମହାପାତ୍ର,ସହ ସମ୍ପାଦକ ମନୋଜ କୁମାର ବେହେରା,ଉପ ସଭାପତି ପିତବାସ ଦାଶ, କୋଷାଧ୍ୟକ୍ଷ ଲୁକେଶ ସାହୁ, ଭରତ ଭୂଷଣ ମିଶ୍ର, ସତ୍ୟରଞ୍ଜନ ଦାସମହାପାତ୍ର, ବିଭୂତି ଭୂଷଣ ପ୍ରଧାନ, ଗଙ୍ଗାଧର ଓଝା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିବା ସହ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ।



Visitors Today : 0
Total Visitors : 130430
Total Views : 9891961
Visitors Online Now : 0