ହିନ୍ଦୁ ଧର୍ମ ଅନୁଯାୟୀ ତୁଳସୀ ଏକ ପବିତ୍ର ବୃକ୍ଷ । ଏହାକୁ ପୂଜା କରିବା ଦ୍ୱାରା ଘରେ ଖୁସିର ବାତାବରଣ ଦେଖାଯାଇଥାଏ । ତୁଳସୀ ଗଛ ପୂଜା କରିବା ସହ ଅନେକ ଔଷଧ ପ୍ରସ୍ତୁତ କରିବାରେ ମଧ୍ୟ ଏହାକୁ ବ୍ୟବହାର କରାଯାଇଥାଏ । ଆସନ୍ତାକାଲି ସୂର୍ଯ୍ୟପରାଗ ହେବାକୁ ଯାଉଛି । ଏନେଇ ଧାର୍ମିକ ଗ୍ରନ୍ଥରେ ପରାଗ କିମ୍ବା ଗ୍ରହଣ ସମୟରେ ଅନେକ ସାବଧାନତା ଅବଲମ୍ବନ କରିବା ନେଇ ଉଲ୍ଲେଖ ରହିଛି । ଏହା ମଧ୍ୟରୁ ଗୋଟିଏ ହେଉଛି ଗ୍ରହଣ କିମ୍ବା ପରାଗ ସମୟରେ ଖାଦ୍ୟରେ ତୁଳସୀ ପତ୍ର ରଖିବା ନିତ୍ୟାନ୍ତ ଜରୁରୀ । ଏନେଇ ଆପଣମାନଙ୍କ ମନରେ ପ୍ରଶ୍ନ ଉଠୁଥିବ ଏପରି କାହିଁକି କରାଯାଇଥାଏ । ତେବେ ଆସନ୍ତୁ ପରାଗ ସମୟରେ କାହିଁକି ଖାଦ୍ୟରେ ତୁଳସୀ ପତ୍ର ରଖାଯାଏ ।

ଯେବେବି ସୂର୍ଯ୍ୟପରାଗ ହୋଇଥାଏ ସେହି ସମୟରେ ଧରିତ୍ରୀ ଉପରେ ଅନେକ ନକାରାତ୍ମକ ଏବଂ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଏହା କେବଳ ସୂର୍ଯ୍ୟ କିମ୍ବା ଚନ୍ଦ୍ରଙ୍କୁ ଲାଗିନଥାଏ ବରଂ ଧରିୀତ୍ରୀରେ ଥିବା ପ୍ରତ୍ୟେକ ବସ୍ତୁରେ ଏହାର ପ୍ରଭାବ ପଡିଥାଏ । ସୂର୍ଯ୍ୟଙ୍କ କିରଣକୁ କେହି ରୋକିପାରିବେ ନାହିଁ । ଏହିକାରଣରୁ ସୂର୍ଯ୍ୟଙ୍କ କିରଣ ଯେଉଁ ପଦାର୍ଥ ଉପରେ ପଡିଥାଏ ସେଥିରେ ଗ୍ରହଣ ଲାଗିଯାଇଥାଏ । ସେହିଭଳି ଗ୍ରହଣ ସମୟରେ ଭୋଜନ କରିବାକୁ ମଧ୍ୟ ବାରଣ କରାଯାଇଥାଏ । କିନ୍ତୁ ଯଦି ଏହି ସମୟରେ କୌଣସି ଛୋଟ ପିଲା କିମ୍ବା ବ୍ରସ୍କ ଲୋକଙ୍କୁ ଖାଦ୍ୟ ଖାଇବା ଆବଶ୍ୟକ ପଡିଥାଏ ତେବେ ଆପଣ ସେହି ଖାଦ୍ୟରେ ନିଶ୍ଚୟ ତୁଳସୀ ପତ୍ର ସାମିଲ କରିଦିଅନ୍ତୁ । ଏପରି କରିବା ଦ୍ୱାରା ତୁଳସୀର ଔଷଧୀୟ ଗୁଣ ଭୋଜନରେ
ଅନେକ ପ୍ରକାର ଅପବିତ୍ରତାକୁ ନାଶ କରିଦେଇଥାଏ ।

ତୁଳସୀ ବ୍ୟତୀତ ଆପଣ ଭୋଜନ ଆରମ୍ଭ କରିବା ପୂର୍ବରୁ ଖାଦ୍ୟର ଚାରିପଟେ ଗଙ୍ଗାଜଳ ଛିଞ୍ଚନ କରିଦିଅନ୍ତୁ । ଗ୍ରହଣ ସମୟରେ ଆପଣ ଏକ କଏନ୍ କୁ ଗଙ୍ଗାଜଳରେ ବୁଡାଇ ନିଜ ପାଖରେ ରଖନ୍ତୁ । ଗ୍ରହଣ ପରେ ଏହି କଏନକୁ ଆଲମାରୀରେ ରଖିଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କୁ ଧନ ସମ୍ବନ୍ଧୀୟ ଲାଭ ମିଳିଥାଏ । ଏଥିସହ ଶାରୀରିକ ଏବଂ ମାନସିକ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ଗ୍ରହଣ ସମୟରେ ଅନେକ ନକାରାତ୍ମକ ପ୍ରଭାବ କାର୍ଯ୍ୟକରିଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ଗ୍ରହଣ ଶେଷ ହେବା ପରେ ନିଜ ସକ୍ଷମ ଅନୁଯାୟୀ ଗରିବ ପିଲାଙ୍କୁ କିଛି ନା କିଛି ଦାନ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କୁ ନିଶ୍ଚୟ ଲାଭ ମିଳିଥାଏ ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0