ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ସଂସ୍ଥା ‘ଦି ଚାମ୍ପ ଫାଉଣ୍ଡେଶନ’ ଦୀର୍ଘ ଦୁଇ ଦଶନ୍ଧି ଧରି ଆର୍ଥିକ ଦୁର୍ଗତିର ଶିକାର ହୋଇଥିବା କ୍ରୀଡାବିତମାନଙ୍କୁ ସହାଯ୍ୟ କରିଆସୁଛି । ଏବେ ଗାଭାସ୍କରଙ୍କ ଏହି ସଂସ୍ଥା ହକି ଅଲିମ୍ପିଆନ ମହୀନ୍ଦର ପାଲ ସିଂଙ୍କୁ ସାହାଯ୍ୟର ହାତ ବଢାଇଛି । ୫୮ ବର୍ଷୀୟ ମହୀନ୍ଦର ଡାଏଲିସିସରେ ରହିଛନ୍ତି । ସେ କିଡନୀ ପ୍ରତିରୋପଣ ପାଇଁ ଜଣେ ଡୋନରଙ୍କ ଅପେକ୍ଷାରେ ରହିଛନ୍ତି । ଖବର କାଗଜ ଜରିଆରେ ଗାଭାସ୍କର ମହୀନ୍ଦରଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଜାଣିବାକୁ ପାଇଥିଲେ । ତେବେ ଏମ.ପି.ସିଂ ଭାରତୀୟ ହକି ଦଳର ନିୟମିତ ସଦସ୍ୟ ଥିଲେ । ସେ ୧୯୮୮ ସିଓଲ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ ଓ ମହମ୍ମଦ ସହିତ, ଏମ.ଏମ. ସେମାୟା, ଜୁଡେ ଫେଲିକ୍ସ, ପରଗତ ସିଂହଙ୍କ ସହିତ ଅଲମ୍ପିକ୍ସରେ ମ୍ୟାଚ ଖେଳିଥିଲେ । ମାସିକ ଭାବେ ଆର୍ଥିକ ସାହାଯ୍ୟ ଦେବା ସହ ଗାଭାସ୍କରଙ୍କ ଏହି ସଂସ୍ଥା ଖେଳାଳିମାନଙ୍କ ମେଡିକାଲ ଖର୍ଚ୍ଚ ମଧ୍ୟ ବହନ କରିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0