spot_img

ନିଷ୍ପତ୍ତି ବଦଳାଇଲା ଗୁଗୁଲ

ନୂଆଦିଲ୍ଲୀ: ୩୦% କମିସନ ନିଷ୍ପତ୍ତି ବଦଳାଇଲା ଗୁଗୁଲ୍ । କମିସନ ଅସୁଲ କରିବାର ସମୟ ସୀମାକୁ ଗୁଗୁଲ ଆଉ ୬ ମାସ ଘୁଞ୍ଚାଇ ଦେଇଛି । ଆସନ୍ତା ବର୍ଷ ସେପ୍ଟେମ୍ବରରୁ ଏହି ନିୟମ ଲାଗୁ କରିବାକୁ ଗୁଗୁଲ ଚାହୁଁଥିବା ବେଳେ ଏହି ସମୟ ସୀମାକୁ ସେ ଘୁଞ୍ଚାଇ ଦେଇଛି । ବର୍ତ୍ତମାନ ୨୦୨୨ ମାର୍ଚ୍ଚ ୩୧ରୁ ଏହି ନିଷ୍ପତ୍ତି ଲାଗୁ କରାଯିବ ବୋଲି କମ୍ପାନୀ ଜଣାଇଛି । ମୋବାଇଲ୍ ଆପ୍ ଭିତରେ ହେଉଥିବା ଆର୍ଥିକ କାରବାର ଉପରେ ୩୦ % କମିସନ ଲାଗୁ କରିଥିଲା ଗୁଗୁଲ । ଏହି ନୀତିକୁ ଭାରତୀୟ ଷ୍ଟାର୍ଟଅପ୍ ସଂସ୍ଥାଗୁଡିକର ପ୍ରତିଷ୍ଠାତାମାନେ ତୀବ୍ର ବିରୋଧ କରିଥିଲେ । ମାତ୍ର ପେଟିଏମ୍, ସେୟାରଚାଟ୍, ଫୋନ୍ପେ ଭଳି ୨୫ଟି ଷ୍ଟାର୍ଟଅପ୍ ସଂସ୍ଥାର ପ୍ରତିଷ୍ଠାତା ଓ ମୁଖ୍ୟମାନେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ହସ୍ତକ୍ଷେପ ଲୋଡ଼ିଥିଲେ। ଗୁଗୁଲ୍ ବିରୋଧରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ଭାରତୀୟ ପ୍ରତିଯୋଗିତା କମିସନ ନିକଟରେ ଅଭିଯୋଗ କରିବାର ସମ୍ଭାବନା ବିଷୟରେ ସେମାନେ ଆଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular